MEllora 950×100

୧୦୮ ଆମ୍ବୁଲାନ୍ସ ଓ ଡାକ୍ତର ନିଯୁକ୍ତି ପାଇଁ ଦାବୀପତ୍ର ପ୍ରଦାନ

ରେଙ୍ଗାଲି : ରେଙ୍ଗାଲିରେ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେବା ଏବଂ ରେଙ୍ଗାଲି ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଦେବା ପାଇଁ ସ୍ୱାଧୀନ ଏକତା ସଂଗଠନ ପକ୍ଷରୁ ସଭାପତି ଶ୍ରୀ ରାଜୀବ କୁମାର ମିଶ୍ର ଓ ବରିଷ୍ଠ ସଦସ୍ୟ ବୃନ୍ଦଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି। ରେଙ୍ଗାଲି ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ରୋଗୀ ସେବା ପ୍ରଭାବିତ ହେଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ନଥିବାରୁ ଘୋର ସମସ୍ୟା ଦେଖାଦେଇଛି। ଏଣୁ ଏଦିଗରେ ଶୀଘ୍ର ବିହିତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ଆଗାମୀ ୧୫ ଦିନ ମଧ୍ୟରେ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ଓ ଆଗାମୀ ୨ ମାସ ମଧ୍ୟରେ ଡାକ୍ତର ନିଯୁକ୍ତି କରାଯିବ ବୋଲି ସିଡିଏମଓ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

Comments are closed.