www.samajalive.in
Saturday, December 6, 2025
15.1 C
Bhubaneswar

ବସ ଓ ପିକଅପ ମୁହାଁମୁହିଁ ଧକ୍କା ;୧ ଗୁରୁତର, ୪ ଆହତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଫିସ ସମ୍ମୁଖରେ ବସ-ପିକଅପ ମୁହାଁମୁହିଁ ଧକ୍କା ହୋଇ ଜଣେ ଗୁରୁତର ଓ ୪ ଆହତ ହୋଇଛନ୍ତି। ଅଳ୍ପକେ ଯାଇଛନ୍ତି ଵସରେ ଥିବା ୪୦ ଜଣ ଯାତ୍ରୀ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କୁ ବୌଦ୍ଧ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ବଡ଼ପଣ୍ଡା ନାମକ ଏକ ଘରୋଇ ବସ ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକଅପ ସହ ଚାରିଛକ ସ୍ଥିତ ହରଭଙ୍ଗା ତହସିଲ କାର୍ୟ୍ୟାଳୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପିକଅପରେ ଥିବା ହେଲ୍ପର ଗୁରୁତର ହୋଇଥିବା ବେଳେ ଡ୍ରାଇଭର ଓ ବସରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ପୁଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଗୁରୁତର ପ୍ରଫୁଲ୍ଲ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ଉଭୟ ଗାଡି ୫୭ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ହେବାରୁ ପ୍ରାୟ ୩ ଘଣ୍ଟା ରାସ୍ତା ବନ୍ଦ ହୋଇଯାଇଥିଲା। ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତାରୁ ଦୁର୍ଘଟଣା ଗାଡି ହଟାଇବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ଘଟଣା ସ୍ଥଳରେ ପୁରୁଣାକଟକ ପୁଲିସ ଅଧିକ ତଦନ୍ତ କରୁଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories