ବନ୍ଧୁକ ଗୁଳିରେ ବାର୍ହା ଶିକାରୀ ମୃତ୍ୟୁ ମାମଲା : ୬ ସାଥୀ ଶିକାରୀ କୋର୍ଟ ଚାଲାଣ
ରେଙ୍ଗାଲି : ସମ୍ବଲପୁର ଜିଲ୍ଲା କତରବଗା ଥାନା ଝାଙ୍କରପାଲି ଗ୍ରାମପଞ୍ଚାୟତର ଚନ୍ଦନିମାଲ ଗ୍ରାମର ଅନତି ଦୂର ପତ୍ରାଙ୍ଗଲରେ ବାର୍ହା ଶିକାର କରିବାକୁ ଯାଇ ନିଜ ବନ୍ଧୁକ ଗୁଳିରେ ଜମନକିରା ଥାନା ଅନ୍ତର୍ଗତ ମେଣ୍ଢାବାହାଲ ଗ୍ରାମର କୁମର ଛତ୍ରିଆ (୪୫) ନାମକ ଜନୈକ ଶିକାରୀ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବରଣ କରିଥିବା କୁମର ଛତ୍ରିଆ ସହିତ ବାର୍ହା ଶିକାର କରିବାକୁ ଯାଇଥିବା ୬ଜଣ ସାଥୀ ଶିକାରୀଙ୍କୁ କତରବଗା ପୁଲିସ କୋର୍ଟ ଚାଲାଣ କରିଛି। ଏସଂକ୍ରାନ୍ତରେ କତରବଗା ଥାନା କେସ୍ ନଂ୫୧ ଦଫା ୩୦୪(ଏ)୩୪ ଆଇପିସି/୨୫ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରାଯାଇଥିବାର ପ୍ରକାଶ। ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଲାଇସେନ୍ସ ନଥିବା ଦୁଇଟି ବନ୍ଧୁକ ଜବତ କରାଯାଇଛି।
Comments are closed.