www.samajalive.in
Saturday, December 6, 2025
14.1 C
Bhubaneswar

ଡ୍ରେନ୍ ନିର୍ମାଣରେ ପୂର୍ତ୍ତବିଭାଗର ଖାମଖିଆଲି ନୀତି: ଲୋକେ ହନ୍ତସନ୍ତ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ସହର ରାସ୍ତାରେ ଏବେ ଡ୍ରେନ୍ କାମ ଚାଲୁଛି। ପୂର୍ତ୍ତବିଭାଗ ପକ୍ଷରୁ ଚାଲିଥିବା ଏହି ଡ୍ରେନ ନିର୍ମାଣ କାମ ଖାମଖିଆଲି ଭାବରେ କରାଯାଉଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ରେଙ୍ଗାଲି ସରକାରୀ ଡାକ୍ତରଖାନାକୁ ଯିବା ପାଇଁ ଦୁଇଟି ପ୍ରବେଶ ପଥ ରହିଛି। ମନମୁଖୀ ଓ ଖାମଖିଆଲି ଭାବରେ ଡ୍ରେନ୍ ନିର୍ମାଣ ଯୋଗୁଁ ଆଜକୁ ୧୫ ଦିନ ହେବ ଗୋଟିଏ ପ୍ରବେଶ ପଥ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି। ଫଳରେ ଡାକ୍ତରଖାନାକୁ ପ୍ରତିଦିନ ଆସୁଥିବା ରୋଗୀ, ଆମ୍ବୁଲାନ୍ସ, ଡାକ୍ତରଖାନା କର୍ମଚାରୀ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଡ୍ରେନ୍ କାମ କରୁଥିବା ଠିକା ସଂସ୍ଥା ମନମୁଖୀ ଭାବରେ ଗୋଟିଏ ଜାଗାରେ କାମ ସମ୍ପୂର୍ଣ୍ଣ ନକରି ଅନ୍ୟ ସ୍ଥାନରେ ଡ୍ରେନ୍ ଖୋଲି ଚାଲିଛନ୍ତି। ଡାକ୍ତରଖାନା ଏକ ଜରୁରୀ ସେବା ଯୋଗାଉଥିବା ସଂସ୍ଥା। ଡାକ୍ତରଖାନାର କାମ ସମ୍ପୂର୍ଣ୍ଣ କଲା ପରେ ଅନ୍ୟ ସ୍ଥାନରେ କାମ ଆରମ୍ଭ କରିବା କଥା। କିନ୍ତୁ ଡାକ୍ତରଖାନା ପାଖ ଡ୍ରେନ୍ କାମ ଅଧା ପନ୍ତରିଆରେ ଛାଡି ମୁଖ୍ୟ ରାସ୍ତାରୁ ଗୌଡ଼ ପଡା ଯାଇଥିବା ରାସ୍ତାରେ ଡ୍ରେନ୍ ନିର୍ମାଣ ଆରମ୍ଭ କରି ଅଧାପନ୍ତରିଆରେ ଛାଡି ଦେଇ ପୁଣି ରେଙ୍ଗାଲି ବସଷ୍ଟାଣ୍ଡ ରେ ଡ୍ରେନ୍ କାମ ଆରମ୍ଭ କରା ଯାଇଛି। ଏଭଳି ଖାମଖିଆଲ ନୀତିରେ କାମ ହେଉଥିବା ଫଳରେ ଡାକ୍ତରଖାନାର ଗୋଟିଏ ରାସ୍ତା ୧୫ଦିନ ହେଲା ବନ୍ଦ ଥିବା ବେଳେ ଗୌଡପଡାକୁ ଯିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ବିଭିନ୍ନ ସ୍ଥାନରେ କାମ ଅସମ୍ପୂର୍ଣ୍ଣ କରି ଡ୍ରେନ୍ ନିର୍ମାଣ ଚାଲିଥିବା ଯୋଗୁଁ ଜନସାଧାରଣଙ୍କ ଯାତାୟତ ପାଇଁ ସମସ୍ୟା ସୃଷ୍ଟି ହେଉଛି।
ରେଙ୍ଗାଲି ମୁଖ୍ୟ ରାସ୍ତାରେ ଚାଲିଥିବା ଡ୍ରେନ୍ ନିର୍ମାଣ କାମ ପାଇଁ ରାସ୍ତା କଡରେ ବାଲି, ଚିପ୍ସ ଜମା ରହୁଥିବାରୁ ବହୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଯାଉଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories