ରେଙ୍ଗାଲି: ରେଙ୍ଗାଲି ବ୍ଲକର ଲଇଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ପ୍ରଧାନଶିକ୍ଷକ ଦେବାର୍ଚ୍ଚନ ବ୍ରିନେଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଲଇଡା ସିଆରସିସି ଧିରେନ ବୁଡ଼ା ସଭାପତିତ୍ୱ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବତନ ପ୍ରଧାନଶିକ୍ଷକ ସ୍ୱାମୀ ଆଧାର ନାଏକ, ସୁଦେଷ୍ଣା ନାଏକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଲଇଡା, ରେଙ୍ଗଲୋଇ ଗ୍ରାମ ପଂଚାୟତର ପ୍ରାଥମିକ ଉଚ୍ଚ ପ୍ରାଥମିକ ଏବଂ ଲଇଡା ବାଳକବାଳିକା ହାଇସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇ ତର୍କ, କୁଇଜ଼, ଗୀତ, ନୃତ୍ୟ, ବତ୍କୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଉଭୟ ଗ୍ରୁପରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନେ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।
Popular Categories



