www.samajalive.in
Thursday, December 11, 2025
16.1 C
Bhubaneswar

ଶିଶୁ ମାନଙ୍କ ନିମନ୍ତେ ଶୀତକାଳୀନ ଶିବିର ଅନୁଷ୍ଠିତ

ବୌଦ୍ଧ:  ୱା.ସି. ଡି.ଏ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବାଉଁସୁଣୀ ପକ୍ଷରୁ ଯାଯାବର (ନନ୍ଦନବନ) ବୀରନରସିଂହପୁର, ହରଭଙ୍ଗା ବ୍ଲକ ଠାରେ ଷ୍ଟାର ସ୍କୁଲ ଦ୍ଵାରା ଆୟୋଜିତ ତିନି ଦିନିଆ ଶୀତକାଳୀନ ଶିବିରର ଶୁଭାରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ଵିନୀ କୁମାର ମେହେର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବିଲା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସାକ୍ଷୀ ଗୋପାଳ ପ୍ରଧାନ, ଜନଶିକ୍ଷଣ ସଂସ୍ଥାନର ସଂଯୋଜକ ଅରୁଣ କୁମାର ପ୍ରଧାନ ସରପଞ୍ଚ ବୀରନରସିଂହପୁର, ରାଧାନଗର ଏବଂ ମଥୁରା ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ଶିଶୁ ମାନଙ୍କ ବିକାଶ ନିମନ୍ତେ ଗ୍ରାମାଞ୍ଚଳରେ ଲୁକାୟିତ ଅବସ୍ଥାରେ ଥିବା ପ୍ରତିଭାକୁ କିଭଳି ଭାବରେ ପରିପ୍ରକାଶ କରାଯାଇ ପାରିବ ସେ ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଏବଂ ଖେଳ ମାଧ୍ୟମରେ ଶିକ୍ଷଣ ପରିବେଶ ସୃଷ୍ଟି କରାଯାଇଥିଲା  ଉକ୍ତ କାର୍ଯ୍ୟକ୍ରମକୁ ବବିନା ନାଏକ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଏବଂ ୱା.ସି.ଡି ଏ କର୍ମୀ କେଶବ ଜେନା, ସନ୍ଧ୍ୟାରାଣୀ ସାହୁ, ନିର୍ମଳ ଗିରି ସହଯୋଗ କରିଥିଲେ ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories