www.samajalive.in
Monday, December 15, 2025
17.1 C
Bhubaneswar

ରେଙ୍ଗାଲି ବ୍ଳକ୍‌ ଅଞ୍ଚଳରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ରେଙ୍ଗାଲି:  ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ଉପଲକ୍ଷେ ରାଜ୍ୟ ପରିକ୍ରମାରେ ବାହାରିଥିବା ଅହିଂସା ରଥକୁ ଆଜି ରେଙ୍ଗାଲି ବ୍ଳକ୍‌ ଅଞ୍ଚଳର ବିଭିନ୍ନ ପୁରପଲ୍ଲୀରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ସକାଳ ପ୍ରାୟ ସାଢେ ୯ଟାରେ ଅହିଂସା ରଥ କିନାଲୋଇ ପଞ୍ଚାୟତର ଜୁନାଡହି ଛକ ଛକକୁ ପହଞ୍ଚିଥିଲା । ସେଠାରେ ରେଙ୍ଗାଲି ବ୍ଳକ୍‌ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲା, ପୂର୍ବତନ ବିଧାୟକ ରମେଶ ପଟୁଆ, ବିଡିଓ କୃଷ୍ଣଚନ୍ଦ୍ର ଦଳପତି, ଜିଲ୍ଲା ପରିଷଦ ସଭ୍ୟ ଦେନରାୟଣ ତିୱାରୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଶ୍ୱିନୀ ପଟେଲ, କିନାଲୋଇ ସରପଞ୍ଚ ସରୋଜିନୀ କାଲୋ, ସମିତି ସଭ୍ୟ ଶୁକଦେବ ମାଝୀ ତଥା ପଞ୍ଚାୟତର ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ସଭ୍ୟା ମାନେ ଅହିଂସା ରଥକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରିଥିଲେ ।

ଏହାପରେ ଅହିଂସା ରଥ କିବାଲୋଇ, ଘଣ୍ଟମାଳ ଆଦି ଗ୍ରାମ ଦେଇ ରେଙ୍ଗାଲୋଇ ପଞ୍ଚାୟତର ମରାପତ୍ରା ଛକକୁ ପହଞ୍ଚିଥିଲା । ସେଠାରେ ରେଙ୍ଗଲୋଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଲତିକା ଚାନ୍ଦ, ସମିତି ସଭ୍ୟ ଅଶ୍ୱିନୀ ପଟେଲ, ସ୍କୁଲ ଛାତ୍ର/ଛାତ୍ରୀ ଏବଂ ପଞ୍ଚାୟତର ଅଙ୍ଗନବାଡି କର୍ମୀ, ଏସ୍‌ଏସ୍‌ଜି ଗ୍ରୁପର ସଭ୍ୟା, ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ରଥକୁ ସ୍ୱାଗତ କରିଥିଲେ । ଅହିଂସା ରଥ ଲଇଡା ପଞ୍ଚାୟତର ନୂଆପାଲି ଗ୍ରାମକୁ ପହଞ୍ଚିବା ଅବସରରେ ସେଠାରେ ମଧ୍ୟ ରଥକୁ ଲଇଡା ସରପଞ୍ଚ ଜୋସ୍ନା ସାଙ୍କ ଉପସ୍ଥିତିରେ ଛାତ୍ରଛାତ୍ର, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ବିଧିମତେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅହିଂସା ରଥ ସହିତ ଆସିଥିବା ବ୍ଳକ୍‌ ଅଧ୍ୟକ୍ଷା ସତ୍ୟନାରାୟଣ ଅଗ୍ରୱାଲା, ଜିଲ୍ଲାପରିଷଦ ସଭ୍ୟ ଦେନରାୟଣ ତିଓାରୀ,ବିଡିଓ କୃଷ୍ନଚନ୍ଦ୍ର ଦଳପତ, ପୂର୍ବତନ ବିଧାୟକ ରମେଶ ପଟୁଆ, ସମିତି ସଭ୍ୟ  ନୁଆପାଲି ଗ୍ରାମର ସେନାବାହିନୀରେ କାର୍ଯରତ ଥାଇ ସହିତ୍‌ ହୋଇଥିବା ବ୍ରଜକିଶୋର ନାଏକଙ୍କ ବାସଭବନକୁ ଯାଇ ସହିଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ସହିଦ ବ୍ରଜକିଶୋର ନାଏକଙ୍କ ଭାଇ ନବକିଶୋର ନାଏକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

- Advertisement -

ଏହାପରେ ଅହିଂସା ରଥ ଲଇଡା ଅଭିମୁଖେ ଯାତ୍ରା କରିବା ଅବସ ରେ ଲଇଡା କଲେଜରେ ରଥକୁ ଅଧ୍ୟକ୍ଷ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଲଇଡା ଗ୍ରାମ ପଞ୍ଚାୟତରେ ସ୍ୱାଗତ କରାଯିବା ପରେ ଅହିଂସା ରଥ  ଲଇଡା ବସଷ୍ଟାଣ୍ଡରେ ଥିବା  ସ୍ୱାଧୀନତା ସଂଗ୍ରାମୀ ରାଜୀବ ଲୋଚନ ତିଓାରୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପହଞ୍ଚିଥିଲା । ଲଇଡା ବଳିକା ହାଇସ୍କୁଲ ଏବଂ ଗୁରୁକୁଳ ଇଂରାଜୀ ମିଡିଅମ୍‌ ସ୍କୁଲର ଛାତ୍ରୀ ମାନେ ଦେଶାତ୍ମବୋଧକ ଗୀତ ଉପରେ ଆଧାରିତ ନୃତ୍ୟ ପରିବେଷଣ କରିଥିଲେ  । ବ୍ଳକ୍‌ ଅଧ୍ୟକ୍ଷ ଏବଂ ବିଡିଓ ସ୍ୱଧୀନତା ସଂଗ୍ରାମୀ ତିଓାରୀଙ୍କ ପ୍ରତିମୂର୍ତ୍ତି ଏବଂ ଜନନେତା ଈଶ୍ୱର ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସର ରେ ସ୍ୱଧୀନତା ସଂଗ୍ରାମୀ ରାଜୀବଲୋଚନ ତିଓାରୀଙ୍କ ବଂଶଜ ଜିଲ୍ଲାପରିଷଦ ସଭୟ ଦେନାରାୟଣ ତିଓାରୀଙ୍କ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଲଇଡା ସରପଞ୍ଚ ଜ୍ୟୋସ୍ନା ସା, ସମିତି ସଭ୍ୟା ସଞ୍ଜବନୀ ବେହେରା, ଗ୍ରାମର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ଅଙ୍ଗନବାଡି କର୍ମୀ ହାଇସ୍କୁଲର ଛାତ୍ର/ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

ଅହିଂସା ରଥ ଲଇଡାରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡା ଅଭିମୁଖେ ଯାତ୍ରା କରିବା ଅବସରରେ ଲାଙ୍ଗବାହାଲ ଝଣ୍ଡାଛକରେ ଥିବା ସହିଦ୍‌ ବୀର ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବ୍ଳକ୍‌ ଅଧ୍ୟକ୍ଷ, ବିଡିଓ, ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟାର୍ପଣ କରିଥିଲେ । ଝଙ୍କରପାଲି ପଞ୍ଚାୟତର ଲାଲ୍‌ଛକ, କତରବଗା, ଗୋଲାମାଲରେ ମଧ୍ୟ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଦନା ଜ୍ଞାପନ କରାଯାଇଥିଲା ।  ଝାଙ୍କରପାଲି ସରପଞ୍ଚ ସୁକାନ୍ତ କୁମାର ସାହୁ, କତରବଗା ପଞ୍ଚାୟତର ସରପଞ୍ଚ ନିଳାମ୍ବର ରୋହିଦାସ, ସମିତି ସଭ୍ୟ ଅକ୍ରୁର କାଲୋ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉତ୍ପଲା ଧୁରୁଆ ତଥା ସ୍କୁଲ ଛାତ୍ର/ଛାତ୍ରୀ ଏବଂ ଓଡିଶା ଜୀବିକା ମିଶନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଅହିଂସା ରଥ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡା ପହଞ୍ଚିବା ଅବସରରେ ଖିଣ୍ଡା ଗ୍ରାମ ପଞ୍ଚାୟତ ଏବଂ ସୁରେନ୍ଦ୍ର ସାଏ ସ୍ମୃତି ସଂସଦ ପକ୍ଷରୁ ଅହିଂସାରଥକୁ ସ୍ୱାଗତ କରାଯାଇଥିଲା ।

ବ୍ଳକ୍‌ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲା, ଜିଲ୍ଲା ପରିଷଦ ସଭ୍ୟ ଦେନାରାୟଣ ତିଓାରୀ,ବିଡିଓ କୃଷ୍ଣଚନ୍ଦ୍ର ଦଳପତି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସୁରେନ୍ଦ୍ର ସାଏ ଙ୍କ ଅଣନାତି ଲାଲ୍‌ ଫକିର ସାଏ ତଥା ତାଙ୍କ ପରିବାର ସଦସ୍ୟମାନଙ୍କୁ ଅଙ୍ଗବସ୍ତ୍ର ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ସମିତି ସଭ୍ୟା ଅନିତା ସିଂହ, ସୁରେନ୍ଦ୍ର ସାଏ ସ୍ମୃତି ସଂସଦର ସଭାପତି ଲାଲ୍‌ ବୀରେନ୍ଦ୍ରପ୍ରତାପ ସାଏ,କାର୍ଯ୍ୟାକାରୀ ସଭାପତି ପିତାମ୍ବର ବିଶ୍ୱାଲ. ସମ୍ପାଦକ ସନ୍ତୋଷ ବିଶ୍ୱାଲ  ପ୍ରମୁଖ ବହୁ ସଂଖ୍ୟକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories