ରେଙ୍ଗାଲିରେ ଜିଲ୍ଲାପାଳ ଏବଂ ଏସ୍.ପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର; ୩୮ ଅଭିଯୋଗର ସମଧାନ
ରେଙ୍ଗାଲି: ଆଜି ରେଙ୍ଗାଲି ବ୍ଳକ୍ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଏବଂ ଜିଲ୍ଲା ଅରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଅନ୍ୟନ୍ୟ ଦାସଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଳୀପ କୁମାର ବଳ, ଏସ୍.ଡି.ପି.ଓ ପ୍ରଦୀପ କୁମାର ସାହୁ, ସିଡିଏମ୍ଓ ଅଶୋକ ଦାସ ବିଡିଓ ଶଙ୍କରପ୍ରସାଦ ସାହୁ, ତହସିଲଦାର ବେର୍ସିର୍ଅସ୍ ଡୁଙ୍ଗ୍ଡୁଙ୍ଗ୍ ତଥା ଶିକ୍ଷା, ଯୋଗାଣ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ସମାଜ କଲ୍ୟାଣ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ, କୃଷି, ଜଙ୍ଗଳ, ବିଦ୍ୟୁତ୍ ଜଳ ସେଚନ, ପଶୁ ସମ୍ପଦ, ଶ୍ରମ, ମୃତ୍ତିକା ସଂରକ୍ଷଣ ଆଦି ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଳକସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ଜନ ଶୁଣାଣୀରେ ମୋଟ ୩୮ଟି ଜନ ଅଭିଯୋଗର ସମଧାନ କରାଯାଇଥିଲା । ରେଙ୍ଗାଲି ସହର ମୁଖ୍ୟ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇ ଆଲୋକୀ କରଣ ପାଇଁ ବ୍ଳକ୍ ଅଧ୍ୟକ୍ଷ ସତ୍ୟନରାୟଣ ଅଗ୍ରଓାଲା ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ଦାସ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଶୀଘ୍ର ଏଷ୍ଟିମେଟ୍ ତିଆରି କରିବା ପାଇଁ ବିଦ୍ୟୁତ୍ ବିଭାଗ ଏସଡିଓଙ୍କୁ ନିର୍ଦ୍ଦେଶ ଦେବା ସହିତ ଷ୍ଟ୍ରିଟ୍ ଲାଇଟ୍ ଖଞ୍ଜିବା କାମ ଶ୍ୟାମ୍ ମେଟାଲିକ୍ସ ଦ୍ୱାରା ସମ୍ପନ୍ନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା କଂଗ୍ରେସ ସମ୍ପାଦକ ସୁବାସ ବିଶ୍ୱାଳ, ସଲିମ୍ ଖାନ୍, ବିଶ୍ୱନାଥ ଅଗ୍ରଓାଲା ରେଙ୍ଗାଲିରେ ସର୍ବସଧାରଣଙ୍କ ପାଇଁ ଶୌଚାଳୟ ନିର୍ମାଣ ଏବଂ ଦୀର୍ଘ ବର୍ଷ ହେଲା ଅଧାପନ୍ତରିଆ ଭାବରେ ପଡିଥିବା ପାର୍କ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କ ଠାରେ ଦାବୀ କରିଥିଲେ । ଏନ୍.ଏଲ୍.ସି କମ୍ପାନୀ ଦ୍ୱାରା ଉପରୋକ୍ତ ଦୁଇଟି ପ୍ରକଳ୍ପର କାମ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇ ଏ ସଂକ୍ରାନ୍ତରେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହାବ୍ୟତୀତ ରେଙ୍ଗାଲି ମହାବୀର ଛକ ପାଖ ରେ ଅସମ୍ପୂର୍ଣ୍ଣ ଥିବା ଡ୍ରେନ୍ କାମ ସମ୍ପୂର୍ଣ୍ଣ କରିବା ପାଇଁ ସମୀତ ସଭ୍ୟା ତଥା ବ୍ଳକ୍ ଉପଧ୍ୟକ୍ଷା ସ୍ୱାତୀ ବେହେରା ଦାବି କରିଥିବା ବେଳେ ରେଙ୍ଗାଲି ପଞ୍ଚାୟତବର ବେତ୍ରାପଡା, ଡୁଙ୍ଗୁରୀପଡା, ବ୍ଳକ୍ପଡା, ଲଛମନପଡା ଆଦି ଗ୍ରାମର ଅଧିବାସୀ ପିଡିଏଫ୍ ଚାଉଲ, ଗହମ ଆଦି ସମାଗ୍ରୀ ପାଇଁ ଲେଭଲ୍ କ୍ରସିଂ ଅତିକ୍ରମ କରିବାକୁ ପଡୁଥିବାରୁ ଉପରୋକ୍ତ ଗ୍ରାମବାସୀଙ୍କ ପାଇଁ ପିଡିଏଫ୍ ସାମଗ୍ରୀ ବଣ୍ଟନ ସକାଶେ ଅତରିକ୍ତ ବଣ୍ଟନ କେନ୍ଦ୍ରର ବ୍ୟବସ୍ଥା କରାଯିବା ପାଇଁ ସରପଞ୍ଚ ଚିତ୍ତରଞ୍ଜନ ବାଗ କରିଥିବା ଦାବିର ସମାଧାନ କରାଯାଉଇଥିଲା । ଏହାବ୍ୟତୀତ ଗୁଳାମାଲ ଶନି ମନ୍ଦିରରୁ ସହରାପଡା ରାସ୍ତାର ମରାମତି, ବ୍ରହ୍ମଣିପାଲି ଏମ୍.ଆଇ.ପି କଟାର ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ଆବାସ ଯୋଜନାରେ ଘର ଯୋଗାଇ ଦେବା, ଆଦି ୩୮ଟି ଅଭିଯୋଗର ସମଧାନ କରାଯାଇଥିଲା । ହୀରାକୁଦ ଡ୍ୟାମରୁ ଆଜି ପ୍ରଥମ ବନ୍ୟା ଜଳ ନିଷ୍କାସନ କାର୍ଯ୍ୟ ଯୋଗୁଁ ଜନ ଅଭିଯୋଗ ଶୁଣାଣି ଶିବିରକୁ ଜିଲ୍ଲାପାଳ ବିଳମ୍ବରେ ପହଞ୍ଚିଥିଲେ । ଜିଲ୍ଲାପାଳ ଅଶିବା ପର୍ଯ୍ୟନ୍ତ ପିଡିଡିଆରଡିଏ ଦିଲ୍ଲିପ କୁମାର ବଳ ଜନଅଭି ଯୋଗ ଶୁଣାଣି କାର୍ଯ୍ୟ ପରିଚାଳନା କରିଥିଲେ ।
Comments are closed.