ବାଇଓଟେକ୍ କର୍ମଚାରୀଙ୍କ ଠାରୁ ଲୁଟ୍; ନାବାଳକ ସମେତ ୩ କୋର୍ଟ ଚାଲାଣ
ରେଙ୍ଗାଲି: ଗତ ୧୪ ତାରିଖ ସନ୍ଧ୍ୟାରେ କତରବଗା ଥାନା ଅନ୍ତର୍ଗତ ଭୋଇପାଲି ନାଳା ପାଖରେ ସଦାନନ୍ଦ ଜୟପୁରିଆ ଏବଂ ରବିରଞ୍ଜନ ଛୁରା ନାମକ ଦୁଇଜଣ ବାୟୋଟେକ୍ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ କତରବଗା ପୁଲିସ କୋର୍ଟ ଚାଲାଣ କରିଛି । ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ନାବାଳକକୁ କିଶୋର ନ୍ୟାୟାଳୟ ବୋର୍ଡରେ ହାଜର କରାଯାଇଥିବା ଆଇଆଇସି ପ୍ରତାପ କୁମାର ରଣା ପ୍ରକାଶ କରିଛନ୍ତି । ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ଏକ ବାଇକ୍, ଲୁଟ୍ ହୋଇଥିବା ଏକ ଅଫିସ ବ୍ୟାଗ୍ ଏବଂ ୩୫ଶହ ଟଙ୍କା ଜବତ କରାଯାଇଛି ।
ସୁଚିତ ଯେ କୁଚିଣ୍ଡା ସ୍ଥିତ ଏମ୍.ଏଗ୍ରୋ ବାଇଓଟେକ୍ ନାମକ ସଂସ୍ଥାର ସଦାନନ୍ଦ ଓ ରବିରଞ୍ଜନ ମାର୍କେଟିଂ ସାରି କୁଚିଣ୍ଡାକୁ ଫେରୁଥିବା ବେଳେ ଦୁଇଜଣ ଅଜ୍ଞାତ ଯୁବକ ଭୋଇପାଲି ନାଳା ପାଖରେ ଏକ ପଲସର୍ ବାଇକରେ ଆସି ସଦାନନ୍ଦ ଓ ରବିରଞ୍ଜନଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ୧୫,୫୩୦ ଟଙ୍କା, ଗୋଟିଏ ମୋବାଇଲ ଫୋନ୍, ଅଫିସ ବ୍ୟାଗ୍ ଲୁଟି ନେଇ ଫେରାର ହୋଇଯାଇଥିଲେ । ଏ ସଂକ୍ରାନ୍ତରେ ଥାନାରେ ରିପୋର୍ଟ ହେଲା ପରେ ପୁଲିସ ତନାଘନା କରି ଲୁଟରେ ସମ୍ପୃକ୍ତ ଥିବା କଦଳିପିଟା ଗ୍ରାମର ମହାଦେବ ଖଡିଆ ଏବଂ ରମ୍ପେଲାକେମ୍ପ ସ୍କୁଲ ପଡାର ନିରଞ୍ଜନ ମହାନନ୍ଦିଆକୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ବେଳେ ଘଟଣାରେ ଥିବା ଜଣେ ନାବାଳକକୁ କିଶୋର ନ୍ୟାୟାଳୟ ବୋର୍ଡରେ ହାଜର କରାଯାଇଥିବା ପୁଲିସ ସୁତ୍ରରୁ ପ୍ରାପ୍ତ ସୂଚନାରୁ ପ୍ରକାଶ ।
Comments are closed.