ଫାଇନାନ୍ସ କର୍ମଚରୀ ପରିଚୟ ଦେଇ ଟଙ୍କା ଅସୁଲ; ୩ ଗିରଫ
ରେଙ୍ଗାଲି: ସମ୍ବଲପୁର ଏବଂ ଲପଙ୍ଗାର ୩ଜଣ ଭୟକ୍ତି ନିଜକୁ ଏଚଡିଏଫସି ଫାଇନାନ୍ସ ସଂସ୍ଥା ର କର୍ମଚାରୀ ବୋଲି ମିଥ୍ୟା ପରିଚୟ ଦେଇ ୨୯ ହଜାର କିସ୍ତି ବାବଦ ଟଙ୍କା ଅସୁଲ କରି ନେଇଥିବା ଅଭିଯୋଗ ହୋଇଛଇ। ଏହି ମାମଲାରେ ଆଜି ୩ଜଣଙ୍କୁ ପୁଲିସ ଗିରଫ ପରେ ଠେଲକୋଲୋଇ ପୁଲିସ କୋର୍ଟ ଚାଳାଣ କରିଛି। ଅଭିଯୁକ୍ତ ମାନେ ହେଲେ ଜିଆଉଲ୍ ହକ, ମହମ୍ମଦ ମିରାଜ ଏବଂ ପ୍ରମୋଦ ପାଣ୍ଡେ ଓରଫ ମୁନ୍ନା। ଜିଆଉଲ ହକ୍ ଏବଂ ମିରାଜ ସମ୍ବଲପୁର ମୋତିଝରନ ଓ ସୁନାପାଲିର ବାସିନ୍ଦା ହୋଇଥିବା ବେଳେ ପ୍ରମୋଦ ପାଣ୍ଡେ ଲପଙ୍ଗାର ବାସିନ୍ଦା ବୋଲି ଠେଲକୋଲୋଇ ଆଇଆଇସି ଦେଇଥିବା ସୂଚନାରୁ ପ୍ରକାଶ।
ଗତ ୧୫ ତାରିଖ ରାତି ରେ ଅଭିଯୁକ୍ତ ୩ଜଣ ନିଜକୁ ଏଚଡିଏଫସି ଫାଇନାନ୍ସ ସଂସ୍ଥାର କର୍ମଚାରୀ ବୋଲି ମିଥ୍ୟା ପରିଚୟ ଦେରଇ ଉକ୍ତ ସଂସ୍ଥାରୁ ଫାଇନାନ୍ସରେ ଆଣିଥିବା ଓଡି୨୩-ଜି-୭୯୬୩ ଟ୍ରକ୍ ବାଳକକୁ ଅଟକାଇ ଟ୍ରକ୍ ର ୧୬ କିସ୍ତି ବାକି ଅଛି ୬୦ ହଜାର ଟଙ୍କା ଦିଅ ନହେଲେ ଗାଡି ବ୍ୟାଙ୍କକୁ ନେଇଯିବୁ ବୋଲି ଗାଡି ମାଲିକ ଅସଲାମ ଆଲମକୁ ଟେଳିଫୋନ୍ ରେ ଚେତାବନୀ ଦେଇଥିଲେ। ଗାଡି ମାଳିକ ଅସଲାମ ଅଭିଯୁକ୍ତ ମାନଙ୍କ ସହିତ ଯୁକ୍ତି ତର୍କ ହୋଇଥିଲା। ତେବେ ଏହାର କିଛି ସମୟ ପରେ ଗାଡି ମାଳିକ ଅସଲାମ ତାଙ୍କ ସାଙ୍ଗ ଫିରିଜ୍ ଆଲମକୁ ଟେଳିଫୋନ କରି ଫାଇନାନ୍ସ ସଂସ୍ଥାର କର୍ମଚାରୀ ବୋଲି କହୁଥିବା ବ୍ୟକ୍ତି ଙ୍କୁ କିଛି ଟଙ୍କା ଦେଇ ସମଧାନ କରିବାକୁ କହିଥିଲେ। ଫିରୋଜ ଘଟଣା ସ୍ଥଳକୁ ପହଞ୍ଚି ଫାଇନାନ୍ସ ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଉଥିବା ଅଭିଯୁକ୍ତଙ୍କୁ ନଗଦ ୨୫ ହଜାର ଟଙ୍କା ଏବଂ ଫୋନ ପେରେ ୪ହଜାର ଟଙ୍କା ପୈଠ କରିଥିଲେ। ଟଙ୍କା ଧରି ଅଭିଯୁକ୍ତ ମାନେ ସେଠାରୁ ଚମ୍ପଟ ମାରି ଥିଲେ। ଗାଡି ମାଳିକ ଏଚଡିଏଫସି ବ୍ୟାଙ୍କ ସହିତ ଯୋଗାଯୋଗ କରିବାରୁ ସେଭଳି କାହାକୁ କିସ୍ତି ଟଙ୍କା ଅସୁଲ ପାଇଁ ନିୟୋଜିତ କରାଯାଇ ନାହିଁ ବୋଲି ଜାଣପାରିଥିଲେ। ଏହାପରେ ଏସଂକ୍ରାନ୍ତରେ ଠେଲକୋଲୋଇ ଥାନାରେ ଏତଲା ଦିଆଯାଇଥିଲା। ଘଟଣାର ତନାଘନା କରି ଠକେଇରେ ସଂପୃକ୍ତ ଥିବା ଜିଆଉଲ ହକ, ମହମ୍ମଦ ମିରାଜ ଏବଂ ପ୍ରମୋଦ ପାଣ୍ଡେ ଓରଫ ମୁନ୍ନାକୁ ଗିରଫ କରି ଆଜି କୋର୍ଟ ଚାଳାଣ କରିଥିବା ଜଣାପଡିଛି। ଠକେଇ କରି ଅସୁଲ କରିଥିବା ଟଙ୍କା ସେମାନଙ୍କ ଠାରୁ ଜବତ କରାଯାଇଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.