www.samajalive.in
Sunday, December 14, 2025
19.1 C
Bhubaneswar

ରେଙ୍ଗାଲି ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲାପାଳ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ରେଙ୍ଗାଲି ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ ଏବଂ ସମୀକ୍ଷା କରିଥିବାର ଜଣାପଡ଼ିଛି। ଜିଲ୍ଲାପାଳ ଶ୍ରୀମତୀ ଦାସ ରେଙ୍ଗାଲିର କୁର୍ଲା ଅଞ୍ଚଳରେ ନିର୍ମାଣ ଚାଲିଥିବା ବୃହତ୍‍ ପାନିୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନରେ ଯାଇ ଉକ୍ତ ପ୍ରକଳ୍ପର ମୁଖ୍ୟଙ୍କ ସହିତ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା ଏବଂ ସମୀକ୍ଷା କରିଥିଲେ। ଏହାବ୍ୟତୀତ ଗତ ବର୍ଷ ଫାଇଭ୍‍ “ଟି”ରେ ରୂପାନ୍ତର ହୋଇଥିବା ରମ୍ପେଲା ହାଇସ୍କୁଲ ପରିଦର୍ଶନରେ ଆସି ସ୍କୁଲ ପରିଚାଳନା କମିଟୀ ଏବଂ ଶିକ୍ଷକମାନଙ୍କ ସହିତ ଆଲୋଚନା କରି ରୂପାନ୍ତର ହୋଇଥିବା ସ୍କୁଲର ଉପଯୁକ୍ତ ଯତ୍ନ ତଥା ରକ୍ଷାଣାବେକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଜିଲ୍ଲାପାଳ କାଶିପାଲି ଠାରେ ନିର୍ମିତ କଲ୍ୟାଣ ମଣ୍ଡପ ପରିଦର୍ଶନ କରିଥିଲେ ଏବଂ ଗୁଲାମଲ-ପଧାନପାଲି ଠାରେ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ପରିଚାଳିତ ପାଉରୁଟି କାରଖାନା ପରିଦର୍ଶନ କରି ସ୍ୱୟଂ ସହାୟକ ଗୋଷ୍ଠିର ସଭ୍ୟମାନଙ୍କ ସହିତ ଆଲୋଚନା କରି କରାଖାନାରୁ ଉତ୍ପାଦିତ ସାମଗ୍ରୀ କିପରି ଠିକ୍‍ ଭାବରେ ବିକ୍ରି ହୋଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।

ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ବଳ, ରେଙ୍ଗାଲି ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବ୍ଲକର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ପରିଦର୍ଶନ କରିଥିବା ସମସ୍ତ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିବା ପ୍ରକାଶ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories