www.samajalive.in
Monday, December 15, 2025
26.1 C
Bhubaneswar

ଡଃ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଜୟନ୍ତୀ ପାଳିତ

ନବରଙ୍ଗପୁର: ଜିଲା ଭାରତୀୟ ଜନତାପାର୍ଟି ପକ୍ଷରୁ ସର୍କିଟ ହାଉସ ଠାରେ ମହାନ ରାଷ୍ଟ୍ରଭକ୍ତ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡଃ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ଜନ୍ମଜୟନ୍ତୀ ପାଳନ କରାଯାଇଛି। ଏଥିରେ ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି ଦିବସ ସଂପର୍କରେ ଅବଗତ କରାଇଥିଲେ। ମୁଖ୍ୟ ଅତିଥୀ ଭାବେ କେନ୍ଦ୍ର ସଂଖ୍ୟାଲଘୁବିଭାଗ ରାଷ୍ଟ୍ରମନ୍ତ୍ରୀ ଜୋହନ୍‍ ବାର୍ଲା ଯୋଗଦେଇ ଡଃ. ମୁଖାର୍ଜୀଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ କହିଥିଲେ। ସେ ଦେଶର ଅଖଣ୍ଡତା ପାଇଁ ବହୁ କାମ କରିଛନ୍ତି। ଦେଶରେ ଏକ ପ୍ରଧାନ ଓ ଏକ ନିଶାନ ପାଇଁ କହିଥିଲେ। ରାଷ୍ଟ୍ରହୀତ ପାଇଁ ସେ କାମ କରି ଯାଇଛନ୍ତି। ତାଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ। ଦେଶ ସୁରକ୍ଷା ପାଇଁ ସମସ୍ତେ କାମ କରିବା। ଶ୍ୟାମାପ୍ରସାଦଙ୍କର ମାର୍ଗଦର୍ଶନକୁ ପାଥେୟ କରି ଆଗକୁ ବଢ଼ିବା ସହିତ ତାଙ୍କର ସ୍ୱପ୍ନକୁ ପୂରଣ କରିବାକୁ କାମ କରାଯାଉଥିବା କହିଥିଲେ।

ଏହି ଅବସରରେ ସେ ତାଙ୍କର ସ୍ୱୃତିଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ଶାନ୍ତି ପାଇଁ ଇଶ୍ୱରଙ୍କର ନିକଟରେ ପ୍ରାର୍ଥନା କରିଥିଲୋ। ଅନ୍ୟମାନଙ୍କର ମଧ୍ୟରେ ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ରବି ନାରାୟଣ ନାୟକ, ମୁଖପାତ୍ର ବିରଞି ନାରାୟଣ ତ୍ରିପାଠୀ, ଜାତୀୟବିଜେପି ଆଦିବାସୀ ମୋର୍ଚ୍ଚା ଉପସଭାପତି କାଳୀରାମ ମାଝୀ, କୋରାପୁଟ ଜିଲା ସଭାପତି ସୁମନ୍ତ କୁମାର ପ୍ରଧାନ, ଲୋକସଭା ପ୍ରଭାରୀ, ନଗରପାଳ କୁନୁ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories