କବାଟ ଭାଙ୍ଗି ସୁନା ଏବଂ ଟଙ୍କା ଚୋରି

ରେଙ୍ଗାଲି: ସମ୍ବଲପୁର ଜିଲା ଠେଲକୋଲୋଇ ଠାରେ ଥିବା ଜେଏସଡବ୍ଳୁ-ଭୂଷଣ କରାଖାନା ଟାଉନସିପର ୩ଟି କ୍ୱାର୍ଟର କବାଟ ଭାଙ୍ଗି ସୁନା ଓ ଟଙ୍କା ଚୋରି ହୋଇଥିବା ଠେଲକୋଲୋଇ ଆଇଆଇସି ବିଧୁଭୂଷଣ ମିଶ୍ର ସୂଚନା ଦେଇଛନ୍ତି। ଉକ୍ତ କ୍ୱାର୍ଟରେ ରହୁଥିବା କର୍ମଚାରୀ ମାନେ ଛୁଟିରେ ଯାଇଥିବା ସମୟରେ କ୍ୱାର୍ଟର ବନ୍ଦ ଥିବା ବେଳେ କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ ଚୋରି କରିଛନ୍ତି। ଗୋଟିଏ କ୍ୱାର୍ଟରୁ ୨୦ ଗ୍ରାମ ସୁନା, ଅଉ ଏକ କ୍ୱାର୍ଟରରୁ ୧୩୦ ଗ୍ରାମ ସୁନା ଚୋରି ହୋଇଥିବା ବେଳେ ଅନ୍ୟ ଦୁଇଟି କ୍ୱାର୍ଟରୁ ଯଥାକ୍ରମେ ୧୦ ହଜାର ଟଙ୍କା ଏବଂ ୨୩ ହଜାର ଟଙ୍କା ଚୋରି ହୋଇଛି। ପୁଲିସ ଏ ସଂକ୍ରାନ୍ତରେ ତନାଘନା ଜାରି ରଖିଛି। ସାଇନ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି ବୋଲି ଆଇଆଇସି ବିଧୁଭୂଷଣ ମିଶ୍ର ସୂଚନା ଦେଇଛନ୍ତି।

kalyan agarbati

Comments are closed.