ରେଙ୍ଗାଲି: କତରବଗା ଥାନା ଝାଙ୍କରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସୁମଡିହି ନିକଟସ୍ଥ ସୁକୁପଡା ଗ୍ରାମର ଗିରେଶ ଓରାମ ନାମକ ଜନୈକ ଯୁବ ଚାଷୀଙ୍କର ୨ଏକର ଜମିରେ କରିଥିବା ଧାନ କାଟି ମେସିନରେ ମଡାଇବାକୁ ଜମିରେ ଖରି ତିଆରି କରି ଜମା କରି ରଖିଥିଲେ। ଗତ ରାତିରେ କୌଣସି ଦୁର୍ବୃତ୍ତ ଧାନ ଖରିରେ ନିଆଁ ଲଗାଇ ଦେବା ଫଳରେ ବହୁ କଷ୍ଟ ଏବଂ ଖର୍ଚ୍ଚରେ ଉପାର୍ଜିତ ଧାନ ଫସଲ ପୋଡି ପାଉଁଶ ହୋଇ ଯାଇଛି। ଏ ସଂକ୍ରାନ୍ତରେ କ୍ଷତିଗ୍ରସ୍ତ ଚାଷୀ ଗିରେଶ ଓରାମ କତରବଗା ଥାନାରେ ଏତଲା ଦାଏର କରି ଏହାର ତଦନ୍ତ କରାଯାଇ ଏଥିରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରିଛନ୍ତି। ଦୁର୍ବୃତ୍ତମାନେ ଧାନ ଖରିରେ ନିଆଁ ଲଗାଇ ଦେବା ବ୍ୟତୀତ ଏହାର କିଛି ଦିନ ପୂର୍ବରୁ ଗିରେଶ ଚାଷ କରିଥିବା ଆହୁରି ୧ଏକର ଜମିରେ ଦୁର୍ବୃତ୍ତମାନେ ବିଷାକ୍ତ ଔଷଧ ସିଞ୍ଚନ କରିଦେବା ଫଳରେ ଧାନ ଫସଲ ପଚି ନଷ୍ଟ ହୋଇ ଯାଇଥିବାର ସେ ଅଭିଯୋଗ କରିଛନ୍ତି।
Popular Categories



