www.samajalive.in
Monday, December 15, 2025
14.1 C
Bhubaneswar

ରେଙ୍ଗାଲିରେ ସ୍ୱତନ୍ତ୍ର ଟ୍ରେନ୍‍ ରହଣୀ ବ୍ୟବସ୍ଥା ନହେଲେ ଆନ୍ଦୋଳନ

ରେଙ୍ଗାଲି: ରେଙ୍ଗାଲି ରେଳ ଷ୍ଟେସନରେ ଧାନବାଦ-ଆଲେପି, ପୁରୀ ହାଟିଆ, ହାଓଡା-ଟିଟିଲାଗଡ ସପୁରଫାଷ୍ଟ, ରାଉରକେଲା-ଗୁଣପୁର, ସମ୍ବଲପୁର- ଜମ୍ବୁ ତାଓି ଆଦି ଦ୍ରୁଗାମୀ ଟ୍ରେନର ରହଣୀ ଏବଂ ରାଉରକେଲାରୁ ଝାରସୁଗୁଡା ପର୍ଯ୍ୟନ୍ତ ଆସୁଥିବା ଡିଏମ୍‍ୟୁ ଟ୍ରେନ୍‍ ସମ୍ବଲପୁର ପର୍ଯ୍ୟନ୍ତ ପାଇଁ ବାରମ୍ବାର ରେଲ କର୍ତ୍ତୃପକ୍ଷଙ୍କ ନିକଟରେ ଦାବୀ କରାଯାଇଥିଲା ମଧ୍ୟ ଏପର୍ଯ୍ୟନ୍ତ ଦାବୀ ପୂରଣ ହୋଇନାହିଁ। ଫଳରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୧୭ ତାରିଖ ସୁଦ୍ଧା ଦାବୀ ପୂରଣ କରା ନଗଲେ ୧୮ ତାରିଖ ବିଜେପି ରେଙ୍ଗାଲି ମଣ୍ଡଳ ପକ୍ଷରୁ ଆନ୍ଦୋଳନାତ୍ମକପନ୍ଥା ଅବଳମ୍ବନ କରି ରେଲ ଲାଇନ୍‍ ଉପରେ ଗଣଧାରଣା ଦିଆଯିବ ବୋଲି ଆଜି ବିଜେପିର ଏକ ପ୍ରତିନିଧି ମଣ୍ଡଲ ସମ୍ବଲପୁର ରେଳ ମଣ୍ଡଳ ଅଧିକାରୀଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛି। ଏହି ପ୍ରତିନିଧି ଦଳରେ ରେଙ୍ଗାଲି ବିଧାୟକ ନାଉରି ନାଏକ, ବ୍ଳକ୍‍ ସାସଂଦ ପ୍ରତିନିଧି ଯୁଗଳ କିଶୋର ଅଗ୍ରଓାଲା, ବିଶିକେଶନ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ତିରୋଜ ହେଡେଞ୍ଜା, ଆଶିଷ ହୋତା, ନବୀନ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories