BJD Bijuli 480×75 Mob

‘ସମାଜ’ ବିତରକଙ୍କ ପିତୃ ବିୟୋଗ

BJD Bijuli 480×75 Mob

ରେଙ୍ଗାଲି: ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ଅଞ୍ଚଳର ଦୈନିକ ଖବର କାଗଜ ‘ସମାଜ’ର ବିତରକ ତଥା ସ୍ୱେଚ୍ଛାସେବୀ ପରଦେଶୀ ମିର୍ଦ୍ଧାଙ୍କ ପିତା ଚନ୍ଦ୍ର ମିର୍ଦ୍ଧା (୭୫)ଙ୍କ ଶୁକ୍ରବାର ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇ ଗତ ଏକ ମାସ ହେଲା ଶଯ୍ୟାଶାୟୀ ଥିଲେ। ପରୋପକାରୀ, ସରଳ ଏବଂ ମିଷ୍ଟଭାଷୀ ବ୍ୟକ୍ତି ରୂପେ ପରିଚିତ ଚନ୍ଦ୍ର ମିର୍ଦ୍ଧାଙ୍କ ବିୟୋଗରେ ପରିଚିତ ମହଲରେ ଶୋକ ପ୍ରକାଶ ପାଇଛି। ମୃତ୍ୟୁର ଖବର ପାଇ ବହୁ ସଂଖ୍ୟକ ଆତ୍ମୀୟ ସ୍ୱଜନ ବନ୍ଧୁ ପରିଜନ ଅନ୍ତିମ ଦର୍ଶନ ପାଇଁ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଥିଲେ। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Comments are closed.