www.samajalive.in
Monday, December 15, 2025
15.1 C
Bhubaneswar

ବିଜୟା ଦଶମୀରେ ଲଇଡା ସମଲେଶ୍ୱରୀ ପୀଠରେ ରଣଜିତା, ୨୭ରେ ବଏଲ୍ ଯାତ୍ରା

ରେଙ୍ଗାଲି: ସମ୍ବଲପୁର ଜିଲାର ଲଇଡାରେ ଥିବା ମା’ ସମଲେଶ୍ୱରୀଙ୍କ ଅନ୍ୟତମ ପ୍ରାଚୀନ ଶକ୍ତିପୀଠରେ ପ୍ରସିଦ୍ଧ ବଏଲ୍ ଯାତ୍ରା ଆସନ୍ତା ୨୭ (ଶୁକ୍ରବାର)ଅନୁଷ୍ଠିତ ହେବ। ଇତି ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପୀଠରେ ଆଶ୍ୱିନ କୃଷ୍ମ ପ୍ରତିପଦା ଦିନ ୯ଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ପ୍ରଜ୍ଜଳନ, ସପ୍ତମୀରେ ପୁଅ ଜିଉଁନ୍ତିଆ ବ୍ରତ ଏବଂ ପାଟଖଣ୍ଡା ସ୍ଥାପନ, ଅଷ୍ଟମୀରେ ଖଣ୍ଡା ଧୂଆ ଏବଂ ମା’ ସମଲେଇଙ୍କ ଷୋହଳ ଖଣ୍ଡା ସ୍ଥାପନ, ମହାଳୟା ଅମାବାସ୍ୟା ତିଥିରେ ଉଆଁସ ବଏଲ୍ ଯାତ୍ରା ଉପଲକ୍ଷେ ସମଲେଇଙ୍କ ପ୍ରଥମ ଆବର୍ଭାବ ସ୍ଥଳ ଗୁଚ୍ଛାପାଲି ସମଲେଇ ଦରହରୁ ଦେବୀ ବାହାନ ବରୁଆ ବାହାରି ଗ୍ରାମ୍ୟ ପରିକ୍ରମା ବିଧି ସମ୍ପନ୍ନ ହୋଇ ସାରିଥିବା ବେଳେ ୨୪ ତାରିଖ ବିଜୟା ଦଶମୀ ଦିନ ଅଖଣ୍ଡ ଦୀପ ବିସର୍ଜନ କରାଯାଇଥିଲା।

ଦଶହରା ପୂଜା ଅବସରରେ ସନ୍ଧ୍ୟାରେ ଲଇଡା ଜମିଦାର ପୃଥ୍ୱିରାକ ସିଂହ ତାଙ୍କ ଅନୁଗତ ଏବଂ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ତଥା ବଳିଯାତ୍ରା ପୂଜା କମିଟିର କର୍ମକର୍ତ୍ତାମାନଙ୍କ ଗହଣରେ ରଣଜିତାରେ ବାହାରି ଦୁଳଦୁଳି ବାଜା ସହିତ ତାଳ ଦେଇ ବିିଭିନ୍ନ ପ୍ରକାର ରଣ କୌଶଳର ଚିତ୍ତାକର୍ଷକ ଆଖଡା ପ୍ରଦର୍ଶନ କରିଥିଲେ। ଲଇଡାର ସମଲେଶ୍ୱରୀ ପୀଠ ଭଳି ରେଙ୍ଗାଲି ବ୍ଳକର ଝାଙ୍କରପାଲି-ଲାଉମାଲ ସମଲେଇ ମନ୍ଦିରରେ ମଧ୍ୟ ବିଜୟା ଦଶମୀ ଦଶହରା ଦିନ ରଣଜିତା ଅନୁଷ୍ଠିତ ହୋଇଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories