ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ରେ ଥିବା ସରକାରୀ, ବେସରକାରୀ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ୭୭ ତମ ସ୍ବାଧିନତା ଦିବସ, ଆଜାଦି କା ଅମୃତ ମହୋତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଲରାସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପତାକା ଉତ୍ତୋଳନ,ପ୍ରଭାତ ଫେରୀ ଓ ମହାପୁରୁଷ ତଥା ସ୍ଵାଧିନତା ସଂଗ୍ରାମୀ ମାନଙ୍କ ବେଶଭୂଷା ହୋଇ ଗ୍ରାମ ପରିକ୍ରମା ପରେ ସ୍କୁଲ ରେ ପହଞ୍ଚିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରିତ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭ୍ୟ ରଞ୍ଜିତ ଭୋଇ ସମସ୍ତଙ୍କୁ ପୁରସ୍କୃତ କରିଥିଲେ।ସେହିପରି ବ୍ଲକ, ତହସିଲ, ଏନଏସି, ସ୍ବାସ୍ଥ୍ୟ, ମନ୍ଦିର, ଗୋଷ୍ଟି ଶିକ୍ଷା, କୃଷି, ଦୁଗ୍ଧ, କୃଷକ ନିୟନ୍ତ୍ରିତ ବଜାର, ଅଗ୍ନିଶମ, ପ୍ରାଣୀ ଚିକିତ୍ସା, ବିଦ୍ୟୁତ୍, କେନାଲ, ଅବକାରୀ, ବନ ବିଭାଗ, ପୁଲିସ ବିଭାଗ, ଓକିଲ ସଂଘ କାର୍ଯ୍ୟାଳୟ, ଅତାବିରା ଗ୍ରାମ୍ୟ ନ୍ୟାୟାଳୟ, ଟ୍ରକ୍ ମାଲିକ ସଂଘ ତଥା ସମସ୍ତ ସ୍କୁଲ କଲେଜମାନଙ୍କରେ ଅତିଥି ମାନଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିବାବେଳେ ମହାତ୍ମା ଗାନ୍ଦୀ ଓ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ପତାକା ଉତ୍ତୋଳନ କରାଯାଇଥିଲା।ଏହା ସହ ଲାୟଂଶ କ୍ଳବ୍ ପକ୍ଷରୁ ଅକ୍ଷମ ଛାତ୍ର ଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା
Comments are closed.