ଲପଙ୍ଗା ଓ ମାଝିପାଲିରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରେଙ୍ଗାଲି: ସ୍ୱାଧୀନ ଏକତା ସଂଗଠନ ଓ ସାର୍କ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ଲପଙ୍ଗା ଓ ମାଝିପାଲିଠାରେ ସଡକ ସୁରକ୍ଷା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଝିପାଲି ସ୍ଥିତ ହୋମିଓପାଥି କଲେଜରେ ଆୟୋଜିତ କାର୍ୟ୍ୟକ୍ରମର ପ୍ରାରମ୍ଭରେ ପଦ୍ମନାଭ ଭୋଇ ଅତିଥିମାନଙ୍କୁ ସ୍ଵାଗତ କରି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମହାବିଦ୍ୟାଲୟର ପ୍ରଫେସର ସୁଧାଂଶୁ ଶେଖର ସିଂ, ସାର୍କର ଚକ୍ରଧର ନନ୍ଦ, ବିନୟ ଚକ୍ରବର୍ତ୍ତୀ ଏବଂ ପ୍ରଶିକ୍ଷକ ହୀରାକୁଦ ମହାବିଦ୍ୟାଳୟ ଅଧ୍ୟାପକ ତଥା ରେଡକ୍ରସର ସଭ୍ୟ ସୀମନ୍ତିନୀ ଦାସ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶେଷରେ ପ୍ରୟାସରେ ପରିବର୍ତ୍ତନର ସଭାପତି ରାଜେଶ ଚଇନି ଧନ୍ୟବାଦ ଅର୍ପଣ କରିଥିଲେ ।

prayash

ଏହାପରେ ଦ୍ବିତୀୟ ପର୍ୟ୍ୟାୟରେ ଲପଙ୍ଗା ଉଚ୍ଚ ଵିଦ୍ୟାଳୟ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ପ୍ରଧାନ ଶିକ୍ଷକ ମନୋଜ ନାୟକ ଅତିଥିମାନଙ୍କୁ ସ୍ଵାଗତ କରି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ସ୍ଵାଧୀନ ଏକତା ସଂଗଠନର ପଦ୍ମନାଭ ଭୋଇ, ଧର୍ମେନ୍ଦ୍ର କୁମାର ବେହେରା ଜୁନିୟର ଏମ୍.ଭି.ଆ. ଇ, ସାର୍କର ସମ୍ପାଦକ ସତ୍ୟନାରାୟଣ ପଟେଲ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସୋଲାଟିଅମ୍ ଫଣ୍ଡ୍ ଏବଂ ଗୁଡ ସମରିଟନ ପଲିସି ଉପରେ ଲୋକମାନଙ୍କୁ ଅବଗତ କରାଇଥିଲେ। କାର୍ୟ୍ୟକ୍ରମରେ ମନୋରଞ୍ଜନ ଥାପା, ବୋଧିଶ୍ଵତ୍ତ ରଣା, ଦିବ୍ୟକିଶୋର ସରାଫ, ରାଜୀବ କୁମାର ମିଶ୍ର, ଜିତେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.