www.samajalive.in
Sunday, December 7, 2025
26.1 C
Bhubaneswar

ଆସନ୍ତା ବର୍ଷ ୫ଜି ଲଞ୍ଚ କରିବ ରିଲାଏନ୍ସ ଜିଓ : ମୁକେଶ ଅମ୍ବାନୀ

ମୁମ୍ବଇ : ଅସନ୍ତାବର୍ଷ ୨୦୨୦ରେ ଭାରତରେ ୫ଜି ସେବା ଲଞ୍ଚ କରିବ ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ। ଏନେଇ ରିଲାଏନ୍ସ ଜିଓର ପ୍ରମୋଟର ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି। ୨୦୨୧ ଫେବୃଆରୀ ମାସ ସୁଦ୍ଧା ଜିଓ ୫ଜି ସେବାର ଶୁଭାରମ୍ଭ କରିବାକୁ ଲକ୍ଷ ରଖି୍‌ଥିବା ଅମ୍ବାନୀ କହିଛନ୍ତି।

ଅମ୍ବାନୀ କହିଛନ୍ତି ଯେ, ବର୍ତ୍ତମାନର ଡିଜିଟାଲ ଦୁନିଆରେ ଏବେ ମଧ୍ୟ ୩୦୦ ନିୟୁତ ଭାରତୀୟ ୨ଜି ଟେକ୍ନୋଲୋଜିରେ ଅଟକି ରହିଛନ୍ତି। ମୁକେଶ ଅମ୍ବାନୀ ସରକାରଙ୍କୁ ଏହି ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଯାହା ଦ୍ବାରା ଭାରତର ୩୦କୋଟି ଲୋକ ଡିଜିଟାଲ ଅର୍ଥନୀତିରେ ଯୋଗଦାନ କରିପାରିବେ ଏବଂ ଏଥିରୁ ଉପକୃତ ହୋଇପାରିବେ। ୩୦ କୋଟି ଭାରତୀୟଙ୍କୁ ୨ଜିରୁ ମୁକ୍ତ କରିବା ଏବଂ ସ୍ମାର୍ଟଫୋନକୁ ସ୍ଥାନାନ୍ତର କରିବା ପାଇଁ ସେ ଏକ ନୀତି ପ୍ରସ୍ତୁତ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଆସନ୍ତା ବର୍ଷ ୨୦୨୧ରେ ଲଞ୍ଚ ହେବାକୁ ଥିବା ୫ଜି ସେବା ସମ୍ପୂର୍ଣ୍ଣ ସ୍ୱଦେଶୀ। ରିଲାଏନ୍ସ ଜିଓର ୫ଜି ଟେକ୍ନୋଲୋଜିକୁ ସ୍ୱଦେଶୀ ବୋଲି ଅମ୍ବାନୀ ବର୍ଣ୍ଣନା କହିଛନ୍ତି। ଜିଓର ସ୍ୱଦେଶୀ ୫ଜି ଟେକ୍ନୋଲୋଜି ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭରଶୀଳ ଭାରତ ଅଭିଯାନ’ର ସଫଳତାର ସାକ୍ଷୀ ବୋଲି ଅମ୍ବାନୀ କହିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories