www.samajalive.in
Saturday, December 6, 2025
17.1 C
Bhubaneswar

ଚଳିତ ଅକ୍ଷୟ ତୃତୀୟାରେ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧି କାମନା କରୁଛି ରିଲାଏନ୍ସ ଜୁଏଲ୍ସ

ଭୁବନେଶ୍ୱର: ଘରକୁ ସମୃଦ୍ଧି ଏବଂ ଆଶା ଆଣିବାର ନିରବଚ୍ଛିନ୍ନ ବିଶ୍ୱାସ ସହିତ ରିଲାଏନ୍ସ ଜୁଏଲ୍ସ ଅକ୍ଷୟ ତୃତୀୟା ପାଳନ କରୁଛି। କୋଭିଡର ଦ୍ୱିତୀୟ ଲହର କାରଣରୁ ରିଲାଏନ୍ସ ଜୁଏଲ୍ସ ଗ୍ରାହକମାନଙ୍କୁ ଘରେ ରହି ନିରାପତ୍ତା ସର୍ତ୍ତାବଳୀ ମାନିବାକୁ ନିବେଦନ କରୁଛି। ପ୍ରତ୍ୟେକ ଅକ୍ଷୟ ତୃତୀୟାରେ ସୁନା କ୍ରୟ କରିବା ପରମ୍ପରାକୁ ଆଗେଇନେବା ସକାଶେ ରିଲାଏନ୍ସ୍‍ ଜୁଏଲ୍ସ ଗ୍ରାହକଙ୍କୁ ସେମାନଙ୍କ ଘରେ ମିଳୁଥିବା ନିରାପତ୍ତା ଏବଂ ସ୍ୱାଚ୍ଛନ୍ଦ୍ୟ ପରିତ୍ୟାଗ ନକରି ଅନ୍‍ଲାଇନ କ୍ରୟ କରିବାର ବ୍ୟବସ୍ଥାକୁ ସୁଗମ କରାଉଛି। ଗ୍ରାହକମାନେ ପରମ୍ପରା ବଜାୟ ରଖିବାକୁ ରିଲାନ୍ସ ଜୁଏଲ୍ସ ୱେବସାଇଟ୍‍ରେ କ୍ଲିକ୍‍ କରି ବିବିଧ ବର୍ଗର ସୁନା ଓ ରୂପା କଏନ, ସୁନା ଗ୍ରାମଓଜନର ଭାଉଚର ଏବଂ ହାଲୁକା ଅଳଙ୍କାରଗୁଡିକ ସର୍ବୋତ୍ତମ ମୂଲ୍ୟରେ ପାଇପାରିବେ। ଏ ସମ୍ପର୍କରେ ମତଦେଇ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନିଲ ନାୟକ କହିଛନ୍ତି, ସମଗ୍ର ବିଶ୍ୱରେ ଭାରତୀୟଙ୍କ ପାଇଁ ଅକ୍ଷୟ ତୃତୀୟା ଏକ ପବିତ୍ର ମୁହୂର୍ତ୍ତ ଏବଂ ସାଂପ୍ରତିକ ମହାମାରୀ ଏହି ବିଶ୍ୱାସ ପ୍ରତି ଆଞ୍ଚ ଆଣୁବୋଲି ଆମେ ଚାହୁଁନାହୁଁ। ତେଣୁ ରିଲାଏନ୍ସ୍‍ ଜୁଏଲ୍ସରେ ଆମେ ଆମ ଗ୍ରାହକଙ୍କର ବର୍ଦ୍ଧିତ ଅନୁରୋଧ ରଖିବା ପାଇଁ ସେମାନଙ୍କୁ ଏକ ବର୍ଦ୍ଧିତ ଅନ୍‍ଲାଇନ କିଣାକିଣି ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛୁ। ଅନ୍‍ଲାଇନରେ କ୍ରୟ କରାଯାଉଥିବା ସୁନା କଏନ୍‍ଗୁଡିକ ତାଲାବନ୍ଦ ପରବର୍ତ୍ତୀ ସମୟରେ ଯୋଗାଇ ଦିଆଯିବ ଏବଂ ସୋ’ରୁମ୍‍ଗୁଡିକ ଖୋଲିଲେ ସୁନା ଗ୍ରାମଓଜନର ଭାଉଚରକୁ ଦାଖଲ କରି ସେହି ଓଜନର ସୁନା କ୍ରୟ କରାଯାଇପାରିବ ଏବଂ ଏହା ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ବୈଧ ରହିବ। ଯଦି କଟକଣା ବଳବତ୍ତର ରହେ, ତେବେ ଗ୍ରାହକଙ୍କୁ ଯୁକ୍ତିଯୁକ୍ତ ସମୟ ପ୍ରଦାନ ସୁନିଶ୍ଚିତ କରିବାକୁ ସୁନା ଗ୍ରାମ ଓଜନର ଭାଉଚରର ବୈଧତାରେ ବୃଦ୍ଧି କରାଯିବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories