www.samajalive.in
Sunday, December 7, 2025
23.1 C
Bhubaneswar

ଆଞ୍ଚଳିକ ବାରିକ ସମାଜର ଶାଖା ସଂଗଠନ ପକ୍ଷରୁ ନୂଆଁଖାଇ ଭେଟଘାଟ

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୁତିପାଳି କଲ୍ୟାଣ ମଣ୍ଡପ ଠାରେ ଆଞ୍ଚଳିକ ବାରିକ ସମାଜ ସଂଘ ତରଫରୁ ସଭାପତି ହାରାଧନ ବାରିକଙ୍କ ସଭାପତିତ୍ୱରେ ବାରିକ ସମାଜ ଶାଖା ସଂଗଠନ ଗଠିତ ହୋଇଯାଇଛି । ଉକ୍ତ ସଭାରେ ଅତିଥି ମାନଙ୍କର ଗୋଡ଼ ଧୋଇବା ସହ ଚନ୍ଦନ, ତିଳକ ଲଗେଇ ସ୍ୱାଗତ କରାଯାଇଥିଲା । ମାଁ ସମଳେଇଙ୍କ ଫୋଟୋ ଚିତ୍ରରେ ପୁଷ୍ପଗୁଚ୍ଛ ଦେଇ ଦୀପ ପ୍ରଜ୍ଜ୍ଵଳନ କରି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବାରିକ ସମାଜ ଗୁତିପାଳି ଶାଖାର ପ୍ରିତୃ ପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ସଭାରେ ସମ୍ମାନିତ ଅତିଥି ଭାବରେ ପଶ୍ଚିମ ଓଡିଶା ମହାସଙ୍ଗର ସନ୍ତୋଷ କୁମାର ବାରିକ, ସମାଜର ଜିଲ୍ଲା ସଭାପତି ରୋହିତ ବାରିକ, ଜିଲ୍ଲା କାର୍ୟ୍ୟକାରୀ ସଭାପତି  ଦୁର୍ଗା ପ୍ରସାଦ ବାରିକ, ଜିଲ୍ଲା ସଂପାଦକ ଘନଶ୍ୟାମ ବାରିକ, ଜିଲ୍ଲା କୋଷାଧକ୍ଷ ପ୍ରବିତ୍ର ବାରିକ, ଜିଲ୍ଲା ଉପଦେଷ୍ଟା  ଲାଭ ବାରିକ, ଜିଲ୍ଲା ସକ୍ରିୟ  ସୁରେଶ ବାରିକ, ଜିବର୍ଦ୍ଧନ ପଶାୟତ ମଞ୍ଚାସିନ ରହିଥିବା ବେଳେ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବନ୍ଧିତ କରାଯାଇଛି ।

ଆଶା କର୍ମୀ ତଥା ସମାଜ ସେବୀ ପ୍ରମିଳା ବେହେରାଙ୍କୁ ସଭାପତି ହାରାଧନ ବାରିକ ସମ୍ମାନିତ କରିଥିଲେ । ଏହାପରେ ଅତିଥିମାନେ ନିଜ ନିଜ ଅଭିଭାଷଣରେ ସମାଜର କିପରି ଉନ୍ନତି ହେବ ତାହା ବର୍ଣ୍ଣନା କରି ବୁଝେଇଥିଲେ । କେବଳ ସମାଜରେ ଏକତା ନୁହେଁ, ଆମେ ସମସ୍ତେ ସମସ୍ତଙ୍କ ସହ ଏକତା ରହିବା ସହ ଶିକ୍ଷାର ବହୁତ ଆବଶ୍ୟକ, ଶିକ୍ଷା ହିଁ ଆମକୁ ଆମ ଦିଗ ଦେଖେଇଥାଏ । ବର୍ତ୍ତମାନ ସମାଜରେ ଏକତାର ଅଭାବ ରହିଛି। , ଯଦି ଏକତା ରହିଲେ ସଂଗଠନ ମଜଭୁତ ହୋଇପାରିବ । ବ୍ଲକ କାର୍ୟ୍ୟକାରୀ ସଭାପତି ରଘୁନାଥ ବାରିକ, ସଂପାଦକ  କାର୍ତ୍ତିକ ପସାୟତ୍, ଦେବରଚନ ବାରିକ, ସତ୍ୟବାନ ବେହେରା, ଜଗନ୍ନାଥ ପସାୟତ୍,  ଦେବାନନ୍ଦ ବେହେରା,  ସରୋଜ ବାରିକ,  ସନ୍ତୋଷ ପସାୟତ୍ ଓ  ହରିହର ପସାୟତ୍ ସଦସ୍ୟ ଉପସ୍ଥିତ ରହିଥିଲେ । ସର୍ବ ଶେଷରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories