www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ପ୍ରଭାବ: ଆହୁରି ୨୦ % ପାଠ୍ୟକ୍ରମ ହ୍ରାସ ଓ ପରୀକ୍ଷା ୨ ମାସ ବିଳମ୍ବ ସମ୍ଭାବନା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଜନିତ ତାଲାବନ୍ଦ ଯୋଗୁଁ ବିନା ପାଠପଢ଼ାରେ ଶିକ୍ଷା ବର୍ଷର ଅର୍ଦ୍ଧେକ ଗଡ଼ି ଯାଇଥିବାରୁ ସିବିଏସ୍ଇ ପାଠ୍ୟକ୍ରମର ୫୦ ପ୍ରତିଶତ ହ୍ରାସ କରିବାକୁ ଚିନ୍ତା କରୁଛି। ଏଥି ସହିତ ବୋର୍ଡ ପରୀକ୍ଷାକୁ ମଧ୍ୟ ବିଳମ୍ବିତ କରିବାକୁ ଯୋଜନା କରୁଛି। ପୂର୍ବରୁ ଜୁଲାଇରେ ସିବିଏସ୍ଇ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ଘୋଷଣା କରିଥିଲେ। ଆଇସିଏସ୍ଇ ମଧ୍ୟ ସମାନ ପଦକ୍ଷେପ ନେଇଥିଲା। ଏବେ ଏହାକୁ ୫୦ ପ୍ରତିଶତ କରିବା ପାଇଁ ଯୋଜନା ଚାଲିଛି। ସେହିଭଳି ବାର୍ଷିକ ପରୀକ୍ଷାକୁ ୪୫ରୁ ୬୦ ଦିନ ବିଳମ୍ବିତ କରିବା ପାଇଁ ଚିନ୍ତା କରାଯାଉଛି। ବିଦ୍ୟାଳୟଗୁଡ଼ିକ ଏ ପର୍ୟ୍ୟନ୍ତ ଖୋଲି ନ ଥିବାରୁ ଏଭଳି ଚିନ୍ତା କରାଯାଉଛି; ତେବେ ଏ ସଂକ୍ରାନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଆଉ କିଛି କାଳ ଲାଗିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଚଳିତ ମାସ ୧୫ ତାରିଖ ପରଠାରୁ କରୋନା ମାର୍ଗଦର୍ଶିକା ଓ ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାରି ସ୍ବତନ୍ତ୍ର ନିର୍ଦେଶାବଳୀ ଆଧାରରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories