www.samajalive.in
Saturday, December 6, 2025
14.1 C
Bhubaneswar

ତାଳଚେରରେ ବିରଳ ବମ୍ବେ ଫେନୋଟାଇପ୍ ରକ୍ତ ସଂଗ୍ରହ

ତାଳଚେର: ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ସରକାରୀ ଡାକ୍ତରଖାନାର ରକ୍ତଭଣ୍ଡାରରେ ଶନିବାର ବିରଳ ବମ୍ବେ ଫେନୋଟାଇପ୍ ବ୍ଲଡ୍ ଗ୍ରୁପ୍ର ରକ୍ତ ସଂଗ୍ରହ କରାଯାଇଛି। ଦୁର୍ଲଭ କୁମାର ସାହୁ ଓ ମାନସ ରଞ୍ଜନ ପ୍ରଧାନ ଭୁବନେଶ୍ୱରରୁ ଏଠାକୁ ଆସି ସସ୍ମିତା ସାମଲ ନାମକ ଜଣେ ଅସହାୟ ମହିଳାଙ୍କୁ ଏହି ରକ୍ତଦାନ କରିଥିବା ଜଣାପଡ଼ିଛି। ଏହା ତାଳଚେର ରକ୍ତଭଣ୍ଡାର ତଥା ଅନୁଗୋଳ ଜିଲା ପାଇଁ ପ୍ରଥମ ବିରଳ ବ୍ଲଡ୍ ଗ୍ରୁପ୍ ବୋଲି ଜଣାପଡ଼ିଛି।

ବି ହ୍ୟୁମାନ, ଶୋଭେନ କୁମାର ମିଶ୍ର, ବିଶ୍ୱଜିତ ବେହେରା ଓ ଯତିନ୍ ମହାନ୍ତି ପ୍ରମୁଖ ସାମାଜିକ ଗଣମାଧ୍ୟମରେ ଏହି ରକ୍ତଦାନ ସମ୍ପର୍କରେ ବିଭିନ୍ନ ସ୍ୱେଚ୍ଛାସେବୀଙ୍କ ସହଯୋଗ କାମନା କରିଥିଲେ। ସାମାଜିକ ଗଣମାଧ୍ୟମରୁ ଭୁବନେଶ୍ୱରର ଏହି ଦୁଇ ଯୁବକ ଖବର ପାଇ ରକ୍ତଦାନ କରିଥିବା ଜଣାପଡ଼ିଛି। ଏହି ଖବର ପାଇ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ତାଳଚେର ଡାକ୍ତରଖାନାକୁ ଆସି ଉଭୟ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସସ୍ମିତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

- Advertisement -

ସୂଚନାଯୋଗ୍ୟ ଯେ ପାଲଲହଡ଼ା ଥାନା ଅନ୍ତର୍ଗତ ଚଷା ଗୁରୁଜାଙ୍ଗ ଗ୍ରାମର ସସ୍ମିତା ସାମଲଙ୍କର ରକ୍ତହୀନତା ପାଇଁ ରକ୍ତ ଆବଶ୍ୟକତା ପଡ଼ିବାରୁ ସେ ତାଳଚେର ରକ୍ତଭଣ୍ଡାରକୁ ଆସିଥିଲେ। ତାଙ୍କର ରକ୍ତ ପରୀକ୍ଷା ପରେ ସେ ବିରଳ ବମ୍ବେ ଫେନୋଟାଇପ୍ ଗ୍ରୁପ୍ଧାରୀ ବୋଲି ଜଣାପଡ଼ିଥିଲା। ସାଧାରଣତଃ ଏହି ରକ୍ତ ଅନ୍ୟ ରକ୍ତ ଗ୍ରୁପ୍ ସହ ମିଶିପାରୁ ନଥିବା ବେଳେ ଏହି ବିରଳ ରକ୍ତ ଓଡ଼ିଶାରେ ଦୁଇଶହ ଲୋକଙ୍କ ଥିବା ଜଣାପଡ଼ିଛି। ସସ୍ମିତାଙ୍କ ରକ୍ତହୀନତା ପାଇଁ ରକ୍ତ ନେବା ନିହାତି ଆବଶ୍ୟକତା ଥିବାରୁ ତାଙ୍କୁ ଏହି ବିରଳ ରକ୍ତ ପ୍ରଦାନ କରିଥିବା ଭୁବନେଶ୍ୱରର ଏହି ଦୁଇ ଯୁବକଙ୍କୁ ତାଳଚେର ସରକାରୀ ଡାକ୍ତରଖାନାରେ ସମ୍ବର୍ଦ୍ଧିତ କରାଯାଇଥିଲା। ସସ୍ମିତା ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କର ମାଗଣା ଚିକିତ୍ସା ଓ ବିରଳ ରକ୍ତ ବ୍ୟବସ୍ଥା କରାଯାଇଥିବାରୁ ବି ହ୍ୟୁମାନ ଗ୍ରୁପ୍ର ସମସ୍ତ ସଦସ୍ୟ ଓ ଶୋଭେନ୍ ମିଶ୍ରଙ୍କୁ ବୁଦ୍ଧିଜୀବୀ ତଥା ଡାକ୍ତରଖାନାର ଡାକ୍ତରମାନେ ପ୍ରଶଂସା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories