www.samajalive.in
Saturday, December 6, 2025
15.1 C
Bhubaneswar

ପୁଲିସ ସମନକୁ ରିପବ୍ଲିକ୍ ଟିଭି କର୍ତ୍ତୃପକ୍ଷଙ୍କ ଅମାନ୍ୟ

ମୁମ୍ବଇ: ଟେଲିଭିଜନ୍ ରେଟିଂ ପଏଣ୍ଟ ବା ଟିଆରପି ବୃଦ୍ଧି ପାଇଁ ହୋଇଥିବା ଲାଞ୍ଚ କାରବାରକୁ ନେଇ ମୁମ୍ବଇ ପୁଲିସର ସମନକୁ ବେଖାତିର କରିଛନ୍ତି ରିପବ୍ଲିକ ଟିଭି କର୍ତ୍ତୃପକ୍ଷ। ପୁଲିସ ରିପବ୍ଲିକ ଟିଭିର ମୁଖ୍ୟ ବିତ୍ତ ଅଧିକାରୀ(ସିଏଫ୍ଓ) ଶିବ ସୁବ୍ରମଣ୍ୟମ ସୁନ୍ଦରମଙ୍କୁ ଶନିବାର ହାଜର ହେବା ପାଇଁ ଶୁକ୍ରବାର ସମନ ଜାରି କରିଥିଲାବେଳେ ସିଏଫ୍ଓ ଏହାକୁ ଅମାନ୍ୟ କରିଛନ୍ତି। ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତ ମାମଲା ଦାୟର ହୋଇଛି ଏବଂ କୋର୍ଟ ଏହି ଆବେଦନର ଶୁଣାଣି ନ କରିବା ପର୍ୟ୍ୟନ୍ତ ପୁଲିସ କୌଣସି ବୟାନ ରେକର୍ଡ ନ କରିବାକୁ ସିଏଫ୍ଓ ପୁଲିସକୁ ଜଣାଇଛନ୍ତି; ତେବେ ଏହି ଚାନେଲର ଜଣେ ଅଧିକାରୀ ଶନିବାର ତଦନ୍ତର ସାମ୍ନା କରିଛନ୍ତି।

ଏହି ଘଟଣା ପରେ ପୁଲିସ କମିସନର ଚାନେଲର ସିଇଓ ବିକାଶ କାଞ୍ଚନଦାନୀ ଏବଂ ସିଓଓ ହର୍ଷ ଭଣ୍ଡାରୀ ଓ ପ୍ରିୟା ମୁଖାର୍ଜୀଙ୍କୁ ସମନ କରିଛନ୍ତି। ଏତଦ୍ ବ୍ୟତୀତ ବିଭିନ୍ନ ବିଜ୍ଞାପନ ଏଜେନ୍ସିର ଅଧିକାରୀ ଶନିବାର ପୁଲିସ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ବିଜ୍ଞାପନ ଏଜେନ୍ସି ମାଡିସନ ୱର୍ଲଡ୍ ଆଣ୍ଡ ମାଡିସନ କମ୍ୟୁନିକେସନର ମୁଖ୍ୟ ଶାମ୍ ବାଲସାରା ତାଙ୍କ ବୟାନ ରେକର୍ଡ କରାଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁମ୍ବଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ତଦନ୍ତରେ ସାମିଲ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories