www.samajalive.in
Saturday, December 6, 2025
14.1 C
Bhubaneswar

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଏ ଯାଏ ନିଖୋଜ ସୀମାଞ୍ଚଳ, ଫୋନ କଲ ବିସ୍ଫୋରଣ କାରଣ!

ଆସିକା: ରାଜଧାନୀ ପେଟ୍ରୋଲ ପମ୍ପ ବିସ୍ଫୋରଣ ପରେ ନିଖୋଜ ଥିବା ସୀମାଞ୍ଚଳ ପରିଡାଙ୍କ ପତ୍ତା ନ ମିଳିବାରୁ ପରିବାର ଲୋକେ ନଡାବିଡାକୁ ପୁତ୍ତଳିକା କରି ଦାହ କରିଛନ୍ତି। ସରକାରୀ ଭାବେ ସୀମାଞ୍ଚଳଙ୍କ ସମ୍ପର୍କରେ କୌଣସି ଘୋଷଣା କରାଯାଇନି। ରାଜଧାନୀ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଗଞ୍ଜାମ ଜିଲା ଆସିକା ଏନଏସିର ୧ ନମ୍ବର ୱାର୍ଡ ଅନ୍ତର୍ଗତ ରଘୁନାଥ ନଗରନିବାସୀ ସତ୍ୟନାରାୟଣ ନାୟକ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଏହି ଘଟଣା ବେଳେ ଆସିକା ବ୍ଲକ ଗହଙ୍ଗୁ ଗ୍ରାମର ଯୁବ ଇଞ୍ଜିନିୟର ସୀମାଞ୍ଚଳ ପରିଡା ଏଲପିଜି ଟ୍ୟାଙ୍କ ମରାମତି କାର୍ୟ୍ୟରେ ନିୟୋଜିତ ଥିଲେ। ବିସ୍ଫୋରଣ ପରଠାରୁ ତାଙ୍କର ପତ୍ତା ମିଳିନି। ଦୁର୍ଘଟଣାସ୍ଥଳରେ ତାଙ୍କର ମନିପର୍ସ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ଖବର ପାଇ ଜ୍ୱାଇଁ ବସନ୍ତ ଲେଙ୍କା ସେଠାକୁ ଯାଇ ମନିପର୍ସ ଚିହ୍ନଟ ସହ ତାଙ୍କ ଜୋତା, ଡ୍ରେସ ଓ ଶରୀରର ବିଭିନ୍ନ ଅଙ୍ଗକୁ ଚିହ୍ନଟ କରିଥିଲେ। ଏହାପରେ ବସନ୍ତ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

କ୍ୟାପିଟାଲ ଥାନା ଓ ଇଣ୍ଡିଆନ ଅଏଲ ସଂସ୍ଥାର ବିଶେଷଜ୍ଞମାନେ ଘଟଣାସ୍ଥଳରୁ ମିଳିଥିବା ଶରୀରର ବିଭିନ୍ନ ଅଂଶକୁ ବ୍ୟବଚ୍ଛେଦ ସହ ଡିଏନଏ ଟେଷ୍ଟ କରାଯିବ ବୋଲି ସୀମାଞ୍ଚଳଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ଗହଙ୍ଗୁ ଗ୍ରାମରେ ସୀମାଞ୍ଚଳଙ୍କ ପରିବାର ଲୋେକ ଓ କୁଳ କୁଟମ୍ବ ପରମ୍ପାର ପ୍ରକାରେ ନଡାବିଡାରେ ପୁତ୍ତଳିକା ତିଆରି କରି ରୀତିନୀତି ପ୍ରକାରେ ସତ୍କାର କରିଥିଲେ।

- Advertisement -

ଅନ୍ୟପକ୍ଷରେ ମୁମ୍ବଇ ମୁଖ୍ୟାଳୟରୁ ଆସିଥିବା ଭାରତୀୟ ତୈଳ ନିଗମ (ଆଇଓସିଏଲ୍)ର ୪ ଜଣିଆ ବୈଷୟିକ ଟିମ୍ ଅନୁସନ୍ଧାନ ଆରମ୍ଭ କରିଛି। ଓଡ଼ିଶା ଆଇଓସିଏଲ ଅଧିକାରୀଙ୍କ ସହିତ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ପରେ ଏହି ଟିମ୍ କମିସନରେଟ୍ ପୁଲିସର ତଦନ୍ତ କରୁଥିବା ଅଧିକାରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବ।

ସେହିପରି ଏଫ୍ଏମ୍ଟି ଡାକ୍ତରଙ୍କ ମତାମତ ନେବା ପରେ ଏହି ବୈଷୟିକ ଟିମ୍ ତା’ର ରିପୋର୍ଟ ପ୍ରସ୍ତୁତ କରିବ ବୋଲି ଆଇଓସିଏଲର ଆଞ୍ଚଳିକ ଅଧିକାରୀ ଶ୍ରୀନିବାସ ପାତ୍ର ସୂଚନା ଦେଇଛନ୍ତି। ତେବେ ପେଟ୍ରୋଲ ପମ୍ପ ଏଲ୍ପିଜି ଟାଙ୍କି ବିସ୍ଫୋରଣ କାହିଁକି ହୋଇଥିଲା, ସେ ନେଇ ବୈଷୟିକ ଟିମ୍ ଆଭାସ ପାଇସାରିଲାଣି। ମରାମତି ଚାଲିଥିବା ସ୍ଥାନରେ ସାମାନ୍ୟ ନିଆଁର ସ୍ଫୁଲିଙ୍ଗ ଯୋଗୁଁ ଏହି ବଡ଼ ଧରଣର ବିସ୍ଫୋରଣ ଘଟିଛି ବୋଲି ସେମାନେ ଆଶଙ୍କା କରୁଛନ୍ତି। ମୋବାଇଲ୍ ଫୋନ୍ କଲ୍ ପାଇଁ ହିଁ ଏଭଳି ହୋଇଥାଇପାରେ ବୋଲି ବୈଷୟିକ ଟିମ ଅଧିକାରୀ ସନ୍ଦେହ କରୁଛନ୍ତି। ମରାମତି କାର୍ୟ୍ୟରେ ନିୟୋଜିତ ଥିବା କେହି କର୍ମଚାରୀ ମୋବାଇଲ୍ ଫୋନରେ କଥା ହେଉଥିବା ବେଳେ ଏହି ଅଘଟଣ ଘଟିଛି ବୋଲି ଆଶଙ୍କା କରାଯାଉଛି। ତେବେ ସିସିଟିଭି ଫୁଟେଜ୍ ମିଳିବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିପାରିବ ବୋଲି କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories