ଜେଲରଙ୍କ ମାଡ଼ରେ କଏଦୀ ଗୁରୁତର

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପକାରାଗାରରେ ଆଜି ଜଣେ କଏଦୀଙ୍କୁ ଜେଲର ମାଡ଼ ମାରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ସ୍ଥାନୀୟ ଉପକାରାଗାରରେ ରହୁଥିବା କଏଦୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନ ମାନର ହେଉଥିବାରୁ ଅନେକ ସମୟରେ ଅଭିଯୋଗ ହୋଇ ଆସୁଥିଲା । ହେଲେ ଜେଲ କର୍ତ୍ତୃପକ୍ଷ ଏହି ଦିଗରେ ଆଦୌ ଦୃଷ୍ଟି ଦେଉ ନଥିବାରୁ ଆଜି ଜେଲରେ ଥିବା କିଛି କଏଦୀ ଏହାକୁ ବିରୋଧ କରିଥିଲେ । ଘଟଣାକୁ ନେଇ ଜେଲର ଵିରୋଧ କରୁଥିବା କିଛି ଅନ୍ତେବାସୀଙ୍କୁ ମାଡ ମରିଥିଲେ । ତେବେ ଜେଲରଙ୍କ ମାଡ଼ରେ ଜଣେ କଏଦୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି । ଆହତ କଏଦୀଙ୍କୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିବା ଜଣାପଡିଛି ।

kalyan agarbati

Comments are closed.