www.samajalive.in
Monday, December 15, 2025
14.1 C
Bhubaneswar

ଜିଲ୍ଲାସ୍ତରୀୟ ଜୁନିଅର ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସମଲେଶ୍ୱରୀ ସରକାରୀ ହାଇସ୍କୁଲ ଆଦର୍ଶ ଖେଳ ପଡିଆରେ ୨ଦିନ ଧରି ଚାଲିଥିବା ଜିଲା ସ୍ତରୀୟ ଜୁନିଅର ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଜିଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ପ୍ରଶିକ୍ଷଣ ଶିବିରରେ ଅନୁଷ୍ଠିତ ନାଚ, ଗୀତ, ବକୃତା ଆଦି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ରାଜ୍ୟସ୍ତରୀୟ ଜୁନିଅର ରେଡକ୍ରସ ପାଇଁ ମନୋନୀତ କରାଯାଇଛି । ଜିଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ବୌଦ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ଉପେନ୍ଦ୍ର ପ୍ରଧାନ, ଆୟୋଜକ କମିଟିର ସଂପାଦକ ତଥା ହାଇସ୍କୁଲ ପ୍ରଧାନଶିକ୍ଷକ ପିତବାସ ପଣ୍ଡା, ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ଆନନ୍ଦ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟର ଯତ୍ନ ଓ ସେବା ବିଷୟରେ ମତ ରଖିଥିଲେ । ଉକ୍ତ ଶିବିରରେ ସ୍ଥାନୀୟ ହାଇସ୍କୁଲର ସମସ୍ତ ଶିକ୍ଷକ କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟର ରେଡକ୍ରସ କାଉନସେଲର ଉପସ୍ଥିତ ରହି ସହଯୋଗ କରିଥିଲେ ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories