www.samajalive.in
Sunday, December 14, 2025
26.1 C
Bhubaneswar

କେନ୍ଦୁଝର ଜିଲାର ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ପ୍ରାଧାନ୍ୟ ଦିଆଯିବ: ଜିଲାପାଳ

କେନ୍ଦୁଝରଗଡ:କେନ୍ଦୁଝର ଜିଲାପାଳ ଭାବେ ବିଶାଲ ସିଂହ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ ସିଂହ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ଜିଲାର ଆରାଧ୍ୟ ଦେବୀ ମା’ ତାରିଣୀ ଏବଂ ରାଷ୍ଟ୍ରଦେବ ପ୍ରଭୁ ବଳଦେବ ଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ପ୍ରାଧାନ୍ୟ ଦିଆଯିବ ବୋଲି  ନୂତନ ଜିଲାପାଳ ବିଶାଲ ସିଂହ ପ୍ରକାଶ କରିଛନ୍ତି।

ଏଥିସହ ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ହାତକୁ ନେଇଥିବା ପ୍ରକଳ୍ପକୁ ତ୍ଵରାନିତ କରି କିଭଳି ଜିଲା ବିକାଶରେ ସାମିଲ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲାରେ କିଭଳି ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରାଯିବ ସେଥିପ୍ରତି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଶ୍ରୀ ସିଂହ ଏହା ପୂର୍ବରୁ ମାଲକାନଗିରି ଜିଲାପାଳ ଭାବେ କାର୍ଯ୍ୟରତ ଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories