କଲମପୁର : ସ୍ଥାନୀୟ ଅମୋହମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସଙ୍କୁଳ ସ୍ତରୀୟ ଯୁବ ରେଡ଼କ୍ରସ ସ୍ଵେଚ୍ଛାସେବୀମାନଙ୍କର ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ଠାକୁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ସୁଶ୍ରୀ କରିସ୍ମା ବେଶ୍ରା, ସମ୍ମାନୀତ ଅତିଥି ଭାବେ ଗୋପାଳପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଲୟ ମେହେର, ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ପରାମର୍ଶଦାତା ଡ. ନୃସିଂହାନନ୍ଦ ସାସମଲ, ସରୋଜ କୁମାର ପଟ୍ଟଯୋଷି ଓ ରମେଶ ନିଆଲ ପ୍ରମୁଖ କାର୍ୟ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଭାବେ ସତ୍ୟ ନାରାୟଣ ମୁଣ୍ଡଛିନା ଯୋଗ ଦେଇ ରେଡ଼କ୍ରସର ଆଭିମୁଖ୍ୟ ତଥା ବାର୍ତ୍ତା ପ୍ରଦାନ କରିଥିଲେ । ପରାମର୍ଶଦାତା ବିଭୂତି ଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ । ପ୍ରଥମ ଦିବସରେ ବିଶେଷଜ୍ଞ ଭାବେ ଶାନ୍ତନୁ କୁମାର ପରିଡ଼ା ରେଡକ୍ରସର ଇତିହାସ, ବିକାଶ, ନୀତି ଓ ଚିହ୍ନ ଏବଂ ଡ. ନୃସିଂହାନନ୍ଦ ସାସମଲ ରକ୍ତଦାନର ମହତ୍ତ୍ଵ ବିଷୟରେ ତାଲିମ ପ୍ରଦାନ କରିଥିଲେ । କଲମପୁର ଓ ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟରୁ ୨୫ ଜଣ ଶିବିରାର୍ଥୀ ଏହି ତିନିଦିନିଆ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ।



