www.samajalive.in
Saturday, December 6, 2025
14.1 C
Bhubaneswar

ଫୁଟ୍‍ବଲରେ ଜାଣିଶୁଣି କାଶିଲେ ରେଡ୍‍ କାର୍ଡ

ଲଣ୍ଡନ: କୋଭିଡ୍‍-୧୯ର ପ୍ରଭାବ ଏବେ ସମସ୍ତ କ୍ରୀଡ଼ାରେ ଦେଖିବାକୁ ମିଳିଛି। ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଫୁଟ୍‍ବଲ ଆସୋସିଏସନ୍‍ ଏକ କଡ଼ା ନିୟମ ପ୍ରଣୟନ କରିଛି। ଯଦି ଜଣେ ଖେଳାଳି ଜାଣିଶୁଣି ପ୍ରତିପକ୍ଷ ଖେଳାଳି କିମ୍ବା ରେଫେରୀମାନଙ୍କ ପାଖରେ କାଶନ୍ତି; ତେବେ ରେଫେରୀ ତାଙ୍କୁ ରେଡ୍‍ କାର୍ଡ ଦେଖାଇ ପଡ଼ିଆରୁ ବାହାର କରିପାରିବେ।

ରେଫେରୀ ହିଁ ନିର୍ଣ୍ଣୟ ନେବେ ଯେ ଖେଳାଳିଙ୍କ କାଶିବା ପ୍ରତିପକ୍ଷ ଖେଳାଳି କିମ୍ବା ରେଫେରୀଙ୍କ ପାଇଁ ଗାଳିଦେବା କିମ୍ବା ଅପମାନିତ କରିବା ଲାଗି ଉଦ୍ଦିଷ୍ଟ ଥିଲା କି ନାହିଁ। କାରଣ ଏବେ କାଶକୁ ଅଭଦ୍ର ଭାଷାରେ ଗାଳିଦେବା ପରି ଅପରାଧ ଭାବେ ଗଣନା କରାଯିବ। ପୁଣି ରେଫେରୀ ଦେଖିବେ ଯେ ପ୍ରତିପକ୍ଷ ଖେଳାଳି ଓ ରେଫେରୀଙ୍କ କେତେ ପାଖରୁ ସମ୍ପୃକ୍ତ ଖେଳାଳି କାଶିଲେ। କାରଣ କାଶ ଓ ଛିଙ୍କ ଦ୍ୱାରା କରୋନା ସଂକ୍ରମଣ ଅଧିକ ହୋଇଥାଏ। ଜଣେ ସୁସ୍ଥଲୋକଙ୍କ ପାଖରେ ପୀଡ଼ିତ ଲୋକ କାଶିଲେ ସୁସ୍ଥଲୋକ ସଂକ୍ରମିତ ହେବାର ଆଶଙ୍କା ଥାଏ। ଏହାକୁ ଦେଖି ଏପରି ନିୟମ ପ୍ରଣୟନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories