www.samajalive.in
Saturday, December 6, 2025
17.1 C
Bhubaneswar

ଆଜି ପ୍ରଭୁରାମଙ୍କ ମନ୍ଦିରର ଭୂମି ପୂଜା ; କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅଯୋଧ୍ୟା ଅଭିମୁଖେ ବାହାରିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ବାହାରି ସାରିଛନ୍ତି। ଆଜି ମୋଦୀ ଅଯୋଧ୍ୟାରେ ୧୨ଟା୧୫ମିନିଟ ଓ ୧୫ ସେକେଣ୍ଡ ସମୟରେ ଭୂମି ପୂଜା କରିବେ। ମାନ୍ୟତା ଅନୁଯାୟୀ, ପ୍ରଭୁ ଶ୍ରୀରାମ ଅଭିଜିତ ମୁହୂର୍ତ ( ପ୍ରତ୍ୟେକ ଦିନର ମଧ୍ୟ ଭାଗ) ଆର୍ଥାତ ୧୨ ଟା ପରର ସମୟ। ଏହି ସମୟରେ ପ୍ରଭୁ ଜନ୍ମ ଗ୍ରହଣ କରିଥିଲେ। ତେଣୁ ସେହି ସମୟରେ ହିଁ ଭୂମି ପୂଜା କରାଯିବା ପାଇଁ ସ୍ଥିରୀକୃତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ ସମେତ ଉତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହିବେ।
– ୧୧ଟା ୩୦ ସମୟରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଂଚିବେ।
– ୧୧ଟା ୪୦ରେ ହନୁମାନ ଗଡ଼ୀ ପହଂଚି ସେଠାରେ ୧୦ ମିନିଟ ଦର୍ଶନ ଓ ପୂଜା କରିବେ।
– ୧୨ଟା ସମୟରେ ରାମଙ୍କ ଜନ୍ମଭୂମି ପରିସରରେ ପହଂଚିବେ। ୧୦ ମିନିଟରେ  ବିରାଜମାନ ରାମଙ୍କର ଦର୍ଶନ ଓ ପୂଜା କରିବେ। ସେଠାକାର ପରିସରରେ ପାରିଜାତ ବୃକ୍ଷ ଲଗାଇବେ। ଏହାପରେ ଭୂମିପୂଜନ, ରାମଙ୍କ ମନ୍ଦିରର ଭିତିପ୍ରସ୍ତର (ଆଧାରଶିଳାର) ସ୍ଥାପନା କରିବେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories