www.samajalive.in
Saturday, December 6, 2025
23.1 C
Bhubaneswar

ଅଗଷ୍ଟ ୬ରୁ ମାଟ୍ରିକ ଖାତା ରିଚେକିଂ ଆବେଦନ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ମାଟ୍ରିକ ପରୀକ୍ଷାର ଖାତା ରିଚେକିଂ ଆବେଦନ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ। ପରୀକ୍ଷାର୍ଥୀମାନେ ସବ୍‍ଜେକ୍ଟିଭ ଓ ଅବଜେକ୍ଟିଭ ଖାତା ରିଚେକିଂ ସହ ସେଗୁଡ଼ିକର ଅବିକଳ ନକଲ ପାଇବା ପାଇଁ ନିର୍ଦ୍ଧାରିତ ଦେୟ ଦାଖଲ କରି www.bseodisha.ac.in ଜରିଆରେ ଅନ୍‍ଲାଇନ ଆବେଦନ କରିବେ।

ଏଥିପାଇଁ ବୋର୍ଡ ପକ୍ଷରୁ ଆବେଦନ ସୂଚୀ ସମ୍ପର୍କରେ ସ୍ଥିର ହୋଇଛି। ଦେୟ ଦାଖଲ ଷ୍ଟେଟ ବ୍ୟାଙ୍କ କଲେକ୍ଟ ମାଧ୍ୟମରେ ୧୮.୮.୨୦ ମଧ୍ୟରାତ୍ରି ସୁଦ୍ଧା ଶେଷ ହେବ। ଏଥିସହ ୧୯.୮.୨୦ ମଧ୍ୟରାତ୍ରି ପର୍ୟ୍ୟନ୍ତ ଫର୍ମ ଦାଖଲ କରିବାକୁ ସୁଯୋଗ ଦିଆଯାଇଛି। ଏହି ଅନ୍‍ଲାଇନ ଆବେଦନ ପ୍ରକ୍ରିୟା ଅନବରତ (୨୪x୭) ଚାଲୁ ରହିବ। ବୋର୍ଡ ପକ୍ଷରୁ ଏହି ପ୍ରକ୍ରିୟା ୩ ମାସ ମଧ୍ୟରେ ଶେଷ କରାଯାଇ ସଂଶୋଧିତ ସାର୍ଟିଫିକେଟ ତଥା ମାର୍କସିଟ୍‍ ପ୍ରଦାନ କରାଯିବ। ଆବେଦନକାରୀମାନେ ବୋର୍ଡ ୱେବସାଇଟ୍‍ରୁ ଖାତାର ଅବିକଳ ନକଲ ଡାଉନଲୋଡ୍‍ କରି ନେଇପାରିବେ।

- Advertisement -

ସେହିପରି ମଧ୍ୟମା ସଂସ୍କୃତ ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ରିଚେକିଂ ଆବେଦନ ଅଫ୍‍ଲାଇନ୍‍ ଜରିଆରେ ବୋର୍ଡର ମୁଖ୍ୟାଳୟ ଓ ଶାଖା କାର୍ୟ୍ୟାଳୟଗୁଡ଼ିକରେ କେବଳ କାର୍ୟ୍ୟ ଦିବସରେ କରାଯିବ। ଅନ୍ୟ କୌଣସି ପ୍ରକାର ଆବେଦନ ଧାର୍ୟ୍ୟ ଦିବସ ଓ ସମୟସୀମା ମଧ୍ୟରେ ନତୁବା ପରେ ଗ୍ରହଣ କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ରିଚେକିଂ ଫର୍ମ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: http://www.bseodisha.ac.in/images12/RecheckingForm.pdf

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories