www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ଅପଡେଟ୍ : ୭୯ଲକ୍ଷ ୯୬ହଜାରରୁ ଅଧିକ ନମୁନା ପରୀକ୍ଷା,୧ ଲକ୍ଷ ୯୭ ହଜାରରୁ ଅଧିକ ସକ୍ରିୟ ମାମଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଆରୋଗ୍ୟ ହାର ୫୮.୧୩%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୨୪୪ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ ଏଯାବତ ମୋଟ୍ ୨ ଲକ୍ଷ ୯୫ ହଜାର ୮୮୧ ଜଣ କୋଭିଡ୍‍-୧୯ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି ବୋଲି ସରକାର କହିଛନ୍ତି। ​
ଅନ୍ୟପକ୍ଷରେ ବର୍ତ୍ତମାନ ଦେଶରେ ୧ ଲକ୍ଷ ୯୭ ହଜାର ୩୮୭ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ହଜାର ୫୫୨ କରୋନା ଭୂତାଣୁରେ ସଂକ୍ରମିତ ହୋଇନ୍ତି। ଏଥିସହିତ ଏପର୍ଯ୍ୟନ୍ତ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୯୫୩ ରହିଛି। ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ସଂକ୍ରମଣ। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୮୪ ଜଣଙ୍କ
ମୃତ୍ୟୁ ଘଟିବା ପରେ କରୋନା ମୃତ୍ୟୁସଂଖ୍ୟା ୧୫ ହଜାର ୬୮୫ରେ ପହଞ୍ଚିଛି।

ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି, ଗତ ୨୪ ଘଣ୍ଟା ଭିତରେ ଦେଶରେ ୨ ଲକ୍ଷ ୨୦ ହଜାର ୪୭୯ ନମୁନା ପରୀକ୍ଷା କରାଯାଇଛି। ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମୁନା ପରୀକ୍ଷଣ। ଏପର୍ଯ୍ୟନ୍ତ ସର୍ବମୋଟ୍‍ ୭୯ ଲକ୍ଷ ୯୬ ହଜାର ୭୦୭ ନମୁନା ପରୀକ୍ଷା କରାଯାଇଛି। ଆଇସିଏମ୍‍ଆର୍‍ ଅଧିକରୁ ଅଧିକ ପରୀକ୍ଷାଗାରକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବା ଜାରି ରଖିଛି। ବର୍ତ୍ତମାନ ୧ ହଜାର ୨୬ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ତାହା ମଧ୍ୟରେ ୭୪୧ଟି ସରକାରୀ ପରୀକ୍ଷାଗାର ଓ ୨୮୫ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories