www.samajalive.in
Monday, December 8, 2025
14.1 C
Bhubaneswar

ଜିଲାରେ ରେକର୍ଡ : ୩ବର୍ଷ ପୂରିଲା ଜିଲାପାଳ ଡ. ଅଜିତ୍‍ କୁମାର ମିଶ୍ରଙ୍କ କାର୍ଯ୍ୟକାଳ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଜିଲାପାଳ ଭାବେ ଅବସ୍ଥାପିତ ଡଃ. ଅଜିତ୍‍ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ତିନି ବର୍ଷ ପୂରଣ ହୋଇଛି। ଯାହାକି ଜିଲାରେ ରେକର୍ଡ ସୃଷ୍ଟି କରିଛି। ଜିଲାପାଳ ଡଃ.ମିଶ୍ର ଗତ ୨୦୧୮ ଜାନୁୟାରୀ ୨୧ ତାରିଖରେ ଏହି ଜିଲାରେ ଜିଲାପାଳ ଭାବେ ଯୋଗ ଦେଇଥିଲେ। ତେବେ ପୂର୍ବରୁ କୌଣସି ଜିଲାପାଳ ମଧ୍ୟ ଏତେ ସମୟ ଧରି ଏଠାରେ ରହି ନ ଥିବାବେଳେ ସବୁଠାରୁ ଅଧିକ ସମୟଧରି ସେ ଦାୟିତ୍ୱରେ ରହିଥିବା ଜଣାପଡିଛି। ସେ ଯୋଗଦେବା ପରେ ତାଙ୍କର କାର୍ଯ୍ୟକାଳ ଭିତରେ ବହୁଉନ୍ନୟନ କାର୍ଯ୍ୟ ହୋଇ ପାରିଛି। ଜାତୀୟ ରଜପଥ-୨୬ରୁ ମଙ୍ଗଳମ୍ବଟିମ୍ବର ରାସ୍ତା ୩ କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବାବେଳେ ଆର.ଡବ୍ୟୁ.ଏସ.ଏସର ନିର୍ବାହୀ ଯନ୍ତ୍ରୀଆବାସ ଠାରୁ ଏସ୍‍ପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଓସାରିଆ ରାସ୍ତା ନିର୍ମାଣ, ଆରଟିଓ କାର୍ଯ୍ୟାଳୟରୁ ପୁଲିସ ରିଜର୍ଭ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନୂତନ ରାସ୍ତାନିର୍ମାଣ କରାଯାଇଛି। ପୌରାପାଳିକା ଅଞ୍ଚଳରେ ବିଭିନ୍ନ ରାସ୍ତାନିର୍ମାଣ ଓ ବିଦ୍ୟୁତ କରଣ, ମହିଳା ମହାବିଦ୍ୟାଳୟରୁ ଭିଜିଲାନ୍ସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ, ହିର୍ଲି ଡଙ୍ଗରକୁ ଇକୋ ଟ୍ୟୁରିଜମ କରାଯାଇ ସେଠାରେ ଶିଶୁ ଉଦ୍ୟାନ, ଯୋଗ କେନ୍ଦ୍ର ଓ ଓପନ ଜିମ୍ କରାଯାଇପାରିଛି। ଜିଲାର ଲୋକ ମହୋତ୍ସବ ‘ମଣ୍ଡେଇ’କୁ ନୂତନ ରୂପରେଖ ଦିଆଯାଇ ନୂଆ ପଡିଆରେ ଉତ୍ସବ କରାଯାଇଛି। ଜିଲାପାଳଙ୍କର କାର୍ଯ୍ୟାଳୟ ପ୍ରଶସ୍ତିକରଣ, ନୂତନ ଇଭିଏମ ଗଡ୍‍ଡାଉନ ଗୃହ ନିର୍ମାଣ, ଭୋଟ ଗଣତି କେନ୍ଦ୍ରକୁ ଡିଗ୍ରୀ କଲେଜକୁ ସ୍ଥାନାନ୍ତର, ମିଶନଶକ୍ତି ଗୃହର ଉପର ମହଲା ନିର୍ମାଣ, ପାପଡାହାଣ୍ଡିର ହରିଣ ପାର୍କର ଉନ୍ନତିକରଣ ହୋଇଛି। ଜିଲାର ୮୯୯ ଅଙ୍ଗନୱାଡି କେନ୍ଦ୍ରରେ ବିଦ୍ୟୁତ କରଣ କରାଯାଇପାରିଛି। ନବରଙ୍ଗପୁରରେ ଇନ୍‍ଡୋର ଷ୍ଟାଡିୟମ ଆରମ୍ଭ, ନବରଙ୍ଗପୁର ଓ ଉମରକୋଟସହରରେ ଦୁଇଟି ଅତ୍ୟାଧୁନକ ବସ ଟର୍ମିନାଲ ପାଇଁ ପଦକ୍ଷେପ ନିଆଯାଇଛି। ଜିଲାର ବ୍ଳକ ଓ ଜିଲାକଳା କେନ୍ଦ୍ରର ଉତ୍କର୍ଷତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଜିଲାପାଳ ଡ. ମିଶ୍ର ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି। ଭିଏତନାମରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଜଳବାୟୁ ଆଲୋଚନା ଚକ୍ରରେ ଭାଗ ନେଇ ନବରଙ୍ଗପୁର ଜିଲାର ଜଳବାୟୁ ସଂପର୍କରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ବଡ ଉପଲବ୍ଧି ହୋଇଛି। ଇ-ନାମ ଦ୍ୱାର ମକା କିଣିବା ବ୍ୟବସ୍ଥା, ଜିଲା ପଞ୍ଚାୟତ ରେସୋର୍ସ କେନ୍ଦ୍ର ନିର୍ମାଣ ଓ ପାପଡାହାଣ୍ଡିରେ ଆଦିବାସୀ ସଂଗ୍ରହାଳୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏହାଛଡା ଜିଲାରେ କାର୍ଯ୍ୟକାରୀ କରାଯାଉଥିବା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଇଣ୍ଟରଭେନସନରେ ଜାତୀୟସ୍ତର ର “ସ୍କଚ୍‍ ଆୱାର୍ଡ’ ମିଳିବା ଜିଲାପାଇଁ ଗୌରବ ଆଣିଦେଇଛି। ସେହିପରି ଜିଲାର ସ୍ୱାସ୍ଥ୍ୟର ବିକାଶ ପାଇଁ ବହୁ ପଦକ୍ଷେପ ଆରମ୍ଭ କରିଛନ୍ତି। ଜିଲାରେ ଶିଶୁଙ୍କର ଅପପୁଷ୍ଟି ରୋକିବାରେ ମଧ୍ୟ ଜାତୀୟସ୍ତରରେ  ‘ସ୍କଚ ସିଲଭର୍‍ ଆୱାର୍ଡ’ ମିଳିପାରିଛି। ଜିଲା ଡାକ୍ତରଖାନାର ଏମ୍‍ସିଏଚ୍‍ ଗୃହ କାର୍ଯ୍ୟକ୍ଷମ ହୋଇଥିବାବେଳେ ୨୦୦ ଶର୍ଯ୍ୟା ବିଶିଷ୍ଟ ନୂତନ ଗୃହନିର୍ମାଣ ଆରମ୍ଭ ହୋଇଛି। ଏଠାରେ ଡାଇଲେସିସ ୟୁନିଟ ଆରମ୍ଭ ହୋଇଥିବାବେଳେ ଡାକ୍ତରଖାନା ସମ୍ମୁଖରେ ନୂଆମାର୍କେଟ କମ୍ପେ୍ଲସ ନିର୍ମାଣ କରାଯାଇଛି। କୋଭିଡର ମୁକାବିଲା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇପାରିଛି। ତେବେ ଜିଲାପାଳ ଡ. ମିଶ୍ର ଏଠାରେ ଜିଲାପାଳ ଭାବେ ତିନି ବର୍ଷ ପୂରିବା ମାଁ’ଭଣ୍ଡାର ଘରଣୀଙ୍କର ଆଶୀର୍ବାଦ ଓ ଜିଲାବାସୀଙ୍କର ସହଯୋଗ କାରଣରୁ ଜିଲାର ବିକାଶ ସମ୍ଭବ ହୋଇପାରୁଥିବା କହିବା ସହ ଏହି ଜିଲାକୁ ଆହୁରି ଆଗକୁ ନେବାକୁ ପଡିବ ବୋଲି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories