www.samajalive.in
Sunday, December 7, 2025
26.1 C
Bhubaneswar

ଆକବରଙ୍କ ରାଜସ୍ବମନ୍ତ୍ରୀ ରହୁଥିବା ମହଲ ସମ୍ମୁଖରୁ ମିଳିଲା ୧୬ଶ ଶତାବ୍ଦୀର ଫାଉଣ୍ଟେନ

ଆଗ୍ରା: ହିନ୍ଦୁ ଏବଂ ପାର୍ସୀ ସ୍ଥାପତ୍ୟର ନିଦର୍ଶନ ତଥା ଅତ୍ୟନ୍ତ ସୁନ୍ଦର ଏବଂ ଲାଲ ପଥରରେ ନିର୍ମିତ ଫତେହପୁର ସିକ୍ରି​‌ ସ୍ମାରକୀର ସଂରକ୍ଷଣ ପାଇଁ ଉତ୍‌ଖନନ କାର୍ଯ୍ୟ ଚାଲିଛି। ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ଚାଲିଥିବା ଏହି ଉତ୍‌ଖନନ ସମୟରେ ୧୬ଶ ଶତାବ୍ଦୀର ଏକ ଫାଉଣ୍ଟେନ ମିଳିଛି। ଏହି ଫାଉଣ୍ଟେନ ସ୍ୟାଣ୍ଡ ଷ୍ଟୋନ ଏବଂ ଚୂନପଥରରେ ନିର୍ମିତ ହୋଇଛି।

Image Courtesy: Aajtak

ମୋଗଲ ଶାସନ ସମୟରେ ମୀନାକାରୀ କଳାକୃତି ବହୁଳ ବ୍ୟବହାର ହେଉଥିଲା। ଏହି ଫାଉଣ୍ଟେନ ଉପରେ ଉକ୍ତ କଳାକୃତିର ପ୍ରମାଣ ମିଳିଛି। ସମ୍ପୂର୍ଣ୍ଣ ଫାଉଣ୍ଟେନ ଉପରେ ଖୋଦିତ ହୋଇଛି। ଏହାର ଓସାର ୮.୭ ମିଟର ହୋଇଥିବାବେଳେ ଏହା ତଳେ ୧.୧ ମିଟରର ଏକ ଗଭୀର ଟାଙ୍କି ରହିଛି।

- Advertisement -

ସେହି ସମୟରେ ପରିବେଶକୁ ଥଣ୍ଡା ରଖିବା ପାଇଁ ଫାଉଣ୍ଟେନ ନିର୍ମାଣ କରାଯାଉଥିଲା ବୋଲି ଅନୁମାନ କରାଯାଉଛି। ସିକ୍ରିର ବଡ଼ ଦୁର୍ଗରେ ଏକ ଫାଉଣ୍ଟେନ ମିଳିବା ପ୍ରଥମ ଘଟଣା। ଆକବରଙ୍କ ଘନିଷ୍ଠ ଟୋଡରମଲଙ୍କ ମହଲ ସମ୍ମୁଖରେ ଏହି ଫାଉଣ୍ଟେନ ରହିଛି। ଆକବରଙ୍କ ନବରତ୍ନଙ୍କ ମଧ୍ୟରୁ ଟୋଡରମଲ ହେଉଛନ୍ତି ଅନ୍ୟତମ। ସେ ଆକବରଙ୍କ ରାଜସ୍ବ ଏବଂ ଅର୍ଥମନ୍ତ୍ରୀ ଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories