www.samajalive.in
Monday, December 15, 2025
16.1 C
Bhubaneswar

ବଜାରକୁ ଆସିଲା ରିୟଲମିର ଏହି ସ୍ମାର୍ଟଫୋନ୍, କମ୍ ଦାମରେ ମିଳୁଛି ଅନେକ ଫିଚର୍ସ

ନୂଆଦିଲ୍ଲୀ : ଚାଇନିଜ୍ ଟେକ୍ କମ୍ପାନୀ ରିୟଲମି ନାରଜୋ ୭୦ ପ୍ରୋ ୫ଜି ସ୍ମାର୍ଟଫୋନକୁ ୧୮,୯୯୯ ଟଙ୍କାର ପ୍ରାରମ୍ଭିକ ଦାମରେ ଭାରତୀୟ ବଜାରରେ ଲଞ୍ଚ୍ କରିଦେଇଛି । ସ୍ମାର୍ଟଫୋନରେ ଉତ୍ତମ ଫଟୋଗ୍ରାଫି ଅନୁଭୂତି ପାଇଁ ୫୦ ମେଗାପିକ୍ସେଲର ସୋନି ଆଇଏମଏକ୍ସ୮୯୦ ଓଆଇଏସ୍ କ୍ୟାମେରା, ୬.୭ ଇଞ୍ଚର ଡିସପ୍ଲେ ଏବଂ ୬୭ ଡବ୍ଲୁ ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ୫ ହଜାର ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି ।

ଏହି ସ୍ମାର୍ଟଫୋନରେ ୧/୧.୫୬ ଇଞ୍ଚ ଡାଇମେନ୍ସନର କ୍ୟାମେରା ସେନ୍ସର ଦିଆଯାଇଛି ଯାହା ସେଗମେଣ୍ଟର ସବୁଠାରୁ ବଡ ସେନ୍ସର । ଏହା ବ୍ୟତୀତ ସ୍ମାର୍ଟଫୋନ ଏୟାର ଗେଶ୍ଚର ଫିଚର୍ ସହିତ ମଧ୍ୟ ଆସୁଛି । ଉପଭୋକ୍ତା ଫୋନକୁ ହାତରେ ନଧରି ସ୍ପର୍ଶ ନକରି ମଧ୍ୟ ଅପରେଟ୍ କରିପାରିବେ ।

- Advertisement -

କମ୍ପାନୀ ସ୍ମାର୍ଟଫୋନକୁ ୨ଟି ଷ୍ଟୋରେଜ୍ ବିକଳ୍ପ ସହିତ ଆଣିଛି । ଏହାର ୮ ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ଦାମ୍ ୧୯,୯୯୯ ଟଙ୍କା ଏବଂ ୮ ଜିବି – ୨୫୬ ଜିବି ଭେରିଏଣ୍ଟର ଦାମ୍ ୨୧,୯୯୯ ଟଙ୍କା । ଆଜିଠୁ ଅର୍ଥାତ୍ ୧୯ ମାର୍ଚ୍ଚ ସନ୍ଧ୍ୟା ୬ଟାରୁ ଏହାକୁ ଇ-କମର୍ସ ଓ୍ବେବସାଇଟ୍ ଆମାଜନରେ ଏହାକୁ ବିକ୍ରୟ ପାଇଁ ଉପଲବ୍ଧ କରାଯିବ । କମ୍ପାନୀ ଗ୍ରାହକଙ୍କୁ ସ୍ମାର୍ଟଫୋନ୍ ସହିତ ରିୟଲମି ବଡ୍ସ ଟି୩୦୦ ମାଗଣା ଦେବା ପାଇଁ ଅଫର ଦେଇଛି । ଏହାର ଦାମ୍ ୨୨୯୯ ଟଙ୍କା ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories