www.samajalive.in
Sunday, December 14, 2025
19.1 C
Bhubaneswar

କରୋନା ସଂକ୍ରମଣ ଆଶଙ୍କା, ବଢୁଛି ଇ-ବୁକ୍‌ ଚାହିଦା

ସାରନଗରୀ: ପୁସ୍ତକ ମନୁଷ୍ୟର ଅନ୍ତରଙ୍ଗ ବନ୍ଧୁ। ଦିନଥିଲା ଗପ ବହି ଖଣ୍ଡିଏ ପଢୁ ପଢୁ ଆଖିରେ ନିଦ ଆସି ଯାଉଥିଲା। ବହି ବଜାରର ଚାହିଦା ପୁରାତନ କାଳରୁ ହାଇଟେକ ଯୁଗ ଯାଏ ସର୍ବାଗ୍ରେ ରହିଛି। ପାଠ୍ୟ ପୁସ୍ତକ ଜଣେ ବିଦ୍ୟାର୍ଥୀ ପାଇଁ ଜରୁରୀ ଆବଶ୍ୟକତା କହିଲେ ବୋଧେ ଭୁଲ ହେବ ନାହିଁ। ବହିର ଚାହିଦା ନା କେବେ କମିଥିଲା ନା କେବେ କମିବ। ସେ ଗପ ବହି ହେଉକି, ପଢା ବହି ଅବା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ବହି। ବହି ପ୍ରତି ସମସ୍ତଙ୍କ ଆଗ୍ରହ ଏବେବି ଅତୁଟ ରହିଛି। କିନ୍ତୁ ବହି ପଢିବାର ମାଧ୍ୟମ ବଦଳି ଯାଇଛି। ପୂର୍ବରୁ ଅନେକ ବହିକୁ ହାତରେ ଧରି ପଢିବା ଅପେକ୍ଷା ଅନଲାଇନରେ ଇ-ବୁକ ପଢିବାକୁ ଆଗ୍ରହୀ ହେଉଥିଲେ। ବର୍ତ୍ତମାନ କିନ୍ତୁ ଏ ଆଗ୍ରହ ପ୍ରାୟ ସମସ୍ତଙ୍କ ପାଇଁ ସମାନ ହୋଇଛି ।

- Advertisement -

ବହି ବଜାରରେ ପୁରୁଣା ବହି ବିକ୍ରେତାଙ୍କୁ ମିଶାଇ ରାଉରକେଲାରେ ପାଖାପାଖି ୨୦୦ଟି ବହି ଦୋକାନ ରହିଥିବା ବେଳେ, ଦକ୍ଷିଣ ରାଉରକେଲାରେ ୧୫ଟି ବହି ଦୋକାନ ରହିଛି। କରୋନା ସଂକ୍ରମଣ ଭୟରେ ଦୋକାନକୁ ଯାଇ ବହି କିଣି ପଢିବା ଅପେକ୍ଷା ଇ- ବୁକ ପଢିବାକୁ ଅନେକଙ୍କ ଆଗ୍ରହ ବଢିଛି। ବାହାରକୁ ଗୋଡ଼ କାଢିଲେ କରୋନାର ଭୟ! ଯାହାଦ୍ୱାରା ବହି ପ୍ରେମୀମାନେ ବହି କିଣି ପଢିବା ଅପେକ୍ଷା ଇ- ବୁକ୍ ପଢିବାକୁ ଆଗ୍ରହୀ ହେଉଛନ୍ତି । ଅନଲାଇନରେ ବିଭିନ୍ନ ଇ- ବୁକ, ଇ- କଂଟେଂଟ ପଢିବା ସହ ବିଭିନ୍ନ ବିଷୟର ଭିଡ଼ିଓ ଓ ଅଡ଼ିଓ କ୍ଲିପ୍ ଶୁଣୁଛନ୍ତି । ସେହିପରି ସିଧାସଳଖ ଦୋକାନକୁ ଯାଇ ବହି କିଣିବା ଅପେକ୍ଷା ଲୋକମାନେ ଅନଲାଇନରେ ବହି ଅର୍ଡ଼ର କରୁଛନ୍ତି। ବହୁ ବ୍ୟକ୍ତି ଅନଲାଇନ ଅର୍ଡ଼ରକୁ ଅଧିକ ପସନ୍ଦ କରୁଛନ୍ତି। ବିଭିନ୍ନ ୱେବସାଇଟରୁ ନିଜ ମନପସନ୍ଦର ଗପବହି ଉପନ୍ୟାସ, କବିତା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବହି ଅର୍ଡ଼ର କରୁଛନ୍ତି। ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ବହି ବ୍ୟବସାୟ ଉପରେ। ୟୁ-ଟ୍ୟୁବ ଚ୍ୟାନେଲ ପିଲାଙ୍କ ଆଦୃତ ହୋଇଛି।
ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହି ମହାମାରୀ ସମୟରେ ଅନଲାଇନ ଶିକ୍ଷା ବେଶ ଜରୁରୀ ହୋଇ ପଡ଼ିଛି। ତେଣୁ ୟୁ-ଟ୍ୟୁବ ଚ୍ୟାନେଲ ମାଧ୍ୟମରେ ମୋର ଏହି ପ୍ରୟାସ ଯେ ପିଲାମାନେ କିପରି ନିଜକୁ ଅସହାୟ ମନେ ନକରି ଏପରି ସୁଯୋଗର ପୁରା ଫାଇଦା ଉଠାନ୍ତୁ ବୋଲି କହିଛନ୍ତି ଅଭିଭାବିକା ସନ୍ତୋଷିନୀ ବେହେରା। କରୋନା ପୂର୍ବରୁ ଅର୍ଥାତ ଗତ ମାର୍ଚ୍ଚ ମାସରୁ ବହି ବେପାରରେ ସେତେଟା ପ୍ରଭାବ ପଡ଼ି ନଥିଲା । ତା’ ପୂର୍ବରୁ ଲୋକମାନେ ଇ- ବୁକ ପଢିବାକୁ ଆଗ୍ରହୀ ହେଉଥିଲେ, କିନ୍ତୁ ତାହା ସହ ବହି ମଧ୍ୟ ପଢୁଥିଲେ। କରୋନା କଟକଣା ପାଇଁ ୬ ମାସ ପରେ ଗତ ସେପ୍ଟେମ୍ବର ୧ ତାରିଖରୁ ବହି ଦୋକାନ ଖୋଲିଛି। ତେବେ କରୋନା ସଂକ୍ରମଣ ଭୟରେ ଲୋକେ ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରୁଛନ୍ତି। ତେଣୁ ବହି ବଜାରରୁ ବହି କିଣିବା ପରିବର୍ତେ, ଅନଲାଇନରେ ବହି ମଗାଇବାକୁ ପସନ୍ଦ କରୁଛନ୍ତି।

ଯଦିଓ ବହି ବଜାରରୁ ଲୋକେ ବାଛିବାଛି ବହି କିଣିବାକୁ ପସନ୍ଦ କରନ୍ତି, କିନ୍ତୁ ଏସମୟରେ ନିଜର ନିରାପତା ଦୃଷ୍ଟିରୁ ଲୋକେ ଅନଲାଇନରେ ବହି ଅର୍ଡର ଦେବାକୁ ଅଗ୍ରାଧିକାର ଦେଉଛନ୍ତି। ସାରନଗରୀରେ ଦୀର୍ଘ ୩୫ ବର୍ଷ ହେଲା ବହି ବିକ୍ରି କରି ଆସୁଥିବା ରମେଶ ପୃଷ୍ଟି ପ୍ରକାଶ କରିଛନ୍ତିଯେ, କରୋନା କାଳରେ ବହିଟିଏ ବିକ୍ରି ହେଲା ବେଳକୁ ବେଳେବେଳେ ସଂଧ୍ୟା ହୋଇ ଯାଉଛି। ଲାଗୁଛି ଯେମିତି ନୂଆ କରି ବହି ଦୋକାନ ଖୋଲିଛୁ। ୨୫ ବର୍ଷ ପଛକୁ ଫେରିଯିବା ପରି ପ୍ରତୀୟମାନ ହେଉଛି। ୯୦ ପ୍ରତିଶତ ବହି ବେପାର କମି ଯାଇଛି। ଅପରପକ୍ଷରେ ବହି ଖଣ୍ଡିଏ କିଣିବାକୁ ଯେଉଁଠି ବହି ଦୋକାନରେ ଦିନେ ଗହଳି ଲାଗୁଥିଲା, ଆଜି ସେଠି ଏବେ କାଁଭାଁ ପାଦ ପଡୁଛି। ବଜାରକୁ ବହି ନ ଆସୁଣୁ ଗପ ଓ ପତ୍ରିକା ପ୍ରେମୀ ମାନେ ଯାଇ ପଚାରି ବୁଝୁଥିବା ବେଳେ, ଆଜି ବହି ବଜାର ପାଠକ ଶୂନ୍ୟ ହୋଇ ପଡ଼ିଛି । ବହି ବଜାର ଅଲୋଡ଼ା ହୋଇ ପଡ଼ିଥିବା ବେଳେ, ଲାଗି ଯାଇଛି କରୋନାର କଳା ନଜର! ଥାକଥାକ ହୋଇ ବହି ସିନା ସଜା ହୋଇଛି, ମାତ୍ର ବହି କିଣିବାକୁ ଆଉ ଲୋକଙ୍କ ଭିତରେ ସଉକ ନାହିଁ। କରୋନା ମାଡ଼ରେ ଉଜୁଡ଼ି ଯାଇଛି ବହି ବଜାର। ବହି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ବହି ଦୋକାନୀ ମାନେ ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories