www.samajalive.in
Monday, December 15, 2025
17.1 C
Bhubaneswar

ଚୀନ କମ୍ପାନୀର କୋଭିଡ଼ ଟୀକା ଉପରେ ଭରସା କରିପାରୁ ନାହିଁ ବନ୍ଧୁ ପାକିସ୍ତାନ!

ନୂଆଦିଲ୍ଲୀ: କୋଭିଡ଼ ନିୟନ୍ତ୍ରଣ ଲାଗି ବିଭିନ୍ନ ଦେଶ ଟୀକା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ରୁଷ, ବ୍ରିଟେନ ଓ ଆମେରିକାରେ ଟୀକାକରଣ ମଧ୍ୟ ଆରମ୍ଭ ହୋଇ ଗଲାଣି । ଟୀକା ପ୍ରସ୍ତୁତି ପଛରେ ଚୀନ ବି ପଛରେ ନାହିଁ । ମାତ୍ର ବିଡ଼ମ୍ବନା ହେଉଛି ଚୀନ ପ୍ରସ୍ତୁତ ଟୀକାକୁ ଗ୍ରହଣ କରିବାକୁ କୌଣସି ଦେଶ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି । କେବଳ ୟୁଏଇ ବ୍ୟତୀତ ଅନ୍ୟ କୌସି ଦେଶ ଚୀନ ଟୀକାକୁ ସ୍ବୀକୃତି ଦେଉ ନାହାନ୍ତି । ତେବେ ଚୀନ ପାଇଁ ସବୁଠୁ ଅଡ଼ୁଆ ହୋଇଛି ଘନିଷ୍ଠ ବନ୍ଧୁ କୁହାଯାଉଥିବା ପାକିସ୍ତାନର ଆଭିମୁଖ୍ୟ । ପାକିସ୍ତାନର ଲୋକମାନେ ମଧ୍ୟ ଚୀନ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହି ଟୀକା ପ୍ରଭାବଶାଳୀ ହେବ କି ନାହିଁ ଏଯାଏ ପାକିସ୍ତାନର ଲୋକମାନେ ସନ୍ଦେହରେ ଅଛନ୍ତି ।

ଗତ ୭ ଦଶନ୍ଧି ଧରି ଚୀନ ପାକିସ୍ତାନର ସମ୍ପର୍କ ବେଶ ସୁଦୃଢ଼ ହୋଇ ରହିଛି । ପାକିସ୍ତାନରେ ଚୀନ ସଡ଼କ, ରେଳ, ବିଜୁଳି ପ୍ରକଳ୍ପ ପରି କାର୍ଯ୍ୟରେ ୭୦ ବିଲିଅନ ଡ଼ଲାର ନିବେଶ କରିଛି । ଏହା ସତ୍ବେ ପାକିସ୍ତାନରେ ଚୀନ ଟୀକାର ମାତ୍ର ୨ଟି କ୍ଲିନିକାଲ ପରୀକ୍ଷା ଶେଷ ହୋଇଛି । ପାକିସ୍ତାନ, ଇଣ୍ଡୋନେସିଆ ଓ ବ୍ରାଜିଲ ପରି ଆଙ୍ଗୁଳିଗଣତି ଦେଶ ଚୀନା ଟୀକା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ହେଁ ସେହି ଦେଶର ନାଗରିକ ଏହି ଟୀକା ଉପରେ ଭରସା କରିପାରୁ ନାହାନ୍ତି । ଏପରିକି କରାଚୀର ଲୋକମାନେ ଏହି ଟୀକାକୁ ବିଶ୍ବାସ କରିପାରୁ ନାହାନ୍ତି ଓ ଏହା ନେବେ ନାହିଁ ବୋଲି କହିଛନ୍ତି ।

- Advertisement -

ଚୀନ ଟୀକା ଉପରେ ପାକ୍ ନାଗରିକଙ୍କ ଅବିଶ୍ବାସ ପାକିସ୍ତାନ ପରି ଏକ ଗରିବ ଦେଶ ପାଇଁ ରାଜନୈତିକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ପାକିସ୍ତାନର ଅର୍ଥନୀତି ଚୀନ ଉପରେ ନିର୍ଭରଶୀଳ । ଯଦି ଲୋକମାନେ ଏହି ଟୀକାର ଗୁଣବତ୍ତା ଓ ମାନକୁ ନେଇ ସନ୍ଦେହ ପ୍ରକାଶ କରନ୍ତି ତେବେ ଦେଶରେ ଟୀକାକରଣ ସରକାରଙ୍କ ପାଇଁ କଷ୍ଟକର ହେବ । ଏହା ସହ ଚୀନ ସହ ଦେଶର ସମ୍ପର୍କ ମଧ୍ୟ ଖରାପ ହେବାର ଆଶଙ୍କା ରହିଛି ।

ଚୀନ ଟୀକାକୁ ନେଇ ବିଦେଶରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି । ଗରିବ ଦେଶମାନଙ୍କୁ ଟୀକା ଯୋଗାଇବାକୁ ପ୍ରସ୍ତାବ ଦେଇଛି । ଏହା ସତ୍ବେ ଆନ୍ତର୍ଜାତିକସ୍ତରରେ ଚୀନ ଟୀକାକୁ ନେଇ ଏଯାଏ କୌଣସି ଦେଶ ବି​‌ଶେଷ ଆଗ୍ରହ ପ୍ରକାଶ କରିନାହାନ୍ତି । ଆମେରିକା ଏବଂ ୟୁରୋପର ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ସେମାନଙ୍କ ଟୀକାର ନିରାପତ୍ତା ଏବଂ କାର୍ଯ୍ୟକାରିତା ବିଷୟରେ ତଥ୍ୟ ପ୍ରକାଶ କରିଛନ୍ତି ଏବଂ ଏହି ଟୀକା ବିତରଣ କରିବା ମଧ୍ୟ ଆରମ୍ଭ କରିଛନ୍ତି। ମାତ୍ର ଚୀନ ଟୀକା କ୍ଷେତ୍ରରେ ସେପରି କିଛି ଉଲ୍ଲେଖନୀୟ ସଫଳତା ସ୍ପଷ୍ଟ ହୋଇନାହିଁ ।

ନିଜ ଟୀକାକୁ ନେଇ ଚୀନ ଅନ୍ୟ ଦେଶକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଛି । ଚୀନ ମଧ୍ୟ ନିଜ ଦେଶର ଟୀକାକୁ ଗରିବ ଦେଶମାନଙ୍କୁ ପ୍ରାଥମିକତା ସ୍ଥିତିରେ ଦେବାକୁ ଘୋଷଣା କରିଛି ।  ଅକ୍ଟୋବରରେ ଚୀନର ସିନୋୱାଲ୍ କମ୍ପାନୀରେ ଆଫ୍ରିକୀୟ ଦେଶଗୁଡିକର ୫୦ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ, ଯେଉଁଥିରେ ସେମାନଙ୍କୁ ଟୀକା ପ୍ରସ୍ତୁତ ବିଷୟରେ ସୂଚନା ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୟୁଏଇ ବ୍ୟତୀତ ଅନ୍ୟ କୌଣସି ଦେଶ ଚୀନ ଟୀକାକୁ ଟୀକାକରଣ ଦେବାକୁ ଅନୁମତି ଦେଇ ନାହାନ୍ତି । ଟୀକା ବଦଳରେ ଚୀନ ୫ଜି ଟେକ୍ନୋଲୋଜି ବା ସେହି ଦେଶରେ ନିବେଶ ନିମନ୍ତେ ସର୍ତ ରଖିବା ନେଇ ଅନେକ ଦେଶ ଆଶଙ୍କା ରଖୁଛନ୍ତି । ତେଣୁ ସେମାନେ ଚୀନ ଟୀକା ପ୍ରତି ଆଗ୍ରହ ପ୍ରକାଶ କରିନାହାନ୍ତି ।

ପୂର୍ବରୁ ଶ୍ରୀଲଙ୍କା ଯେଉଁ ପରିସ୍ଥିତି ସମ୍ମୁଖୀନ ହୋଇଛି ତାହା ଅନ୍ୟ ଦେଶମାନେ ଜାଣନ୍ତି । ଶ୍ରୀଲଙ୍କାର ହାମବନ୍ତୋଡ଼ା ବନ୍ଦର ଏହାର ଉଦାହରଣ । ଶ୍ରୀଲଙ୍କାକୁ ଚୀନ ପର୍ଯ୍ୟାପ୍ତ ଋଣ ପ୍ରଦାନ କରିବା ପରେ ଯେତେବେଳେ ଏହା ପରିଶୋଧ କରିବାକୁ ସମର୍ଥ ନ ହେଲା ସେତେବେଳେ ଶ୍ରୀଲଙ୍କାର ଏହି ବନ୍ଦରକୁ ଚୀନ ଦଖଲ କରିଥିବା ଉଦାହରଣ ରହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories