www.samajalive.in
Sunday, December 14, 2025
17.1 C
Bhubaneswar

୨ ବର୍ଷରେ ୪%କୁ ଖସିବ ମୁଦ୍ରାସ୍ଫୀତି : ଆରବିଆଇ

ନୂଆଦିଲ୍ଲୀ: ଆସନ୍ତା କିଛି ବର୍ଷ ମଧ୍ୟରେ ଦେଶରେ ଅର୍ଥନୀତି ଗତିଶୀଳ ହେବାକୁ ଯାଉଛି। ଏସବିଆଇ ଇକୋ ରେପ ମୋତିଲାଲ ଓସୱାଲ ଓ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏପରି ଆଶାବ୍ୟକ୍ତ କରିଛନ୍ତି। ଏସବିଆଇ ଇକୋ ରେପ ଅନୁଯାୟୀ ୨୦୨୧ ପର୍ଯ୍ୟନ୍ତ ଗତ ୫ ବର୍ଷ ମଧ୍ୟରେ ପାରିବାରିକ ଜମା ପୁଞ୍ଜି ଦୁଇଗୁଣ ବୃଦ୍ଧି ପାଇଛି। ୨୦୧୫-୧୬ରେ ଦେଶର ପାରିବାରିକ ଜମା ମୋଟ ୧୫ ଲକ୍ଷ କୋଟି ଥିଲା। ୨୦୨୦-୨୧ରେ ଏହା ବୃଦ୍ଧି ପାଇ ୩୧ ଲକ୍ଷ କୋଟିରେ ପହଞ୍ଚି ଥିଲା। ୨୦୩୦ ମଧ୍ୟରେ ଦେଶର ମୋଟ ପାରିବାରିକ ଜମା ୪ ଗୁଣ ପର୍ଯ୍ୟନ୍ତ ବଢିଥିବ ବୋଲି ମୋତିଲାଲ ଓସୱାଲ ପ୍ରାଇଭେଟ ​‌େ​‌ୱଲ୍ଥ ପକ୍ଷରୁ ପ୍ରକାଶିତ ରିର୍ପୋଟରେ କୁହାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ଦେଶର ମୁଦ୍ରାସ୍ଫୀତି ହ୍ରାସ ପାଇବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଜୁଲାଇରେ ମୁଦ୍ରାସ୍ଫୀତି ଦର ୬.୭ ଥିଲା। ମୁଦ୍ରାସ୍ଫୀତି ଯେତେ ବଢିବାର ଥିଲା ତାହା ବୃଦ୍ଧି ପାଇ ସାରିଛି, ଆଉ ବଢିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ହେବେ ବିଭିନ୍ନ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବାକୁ ଲାଗିଲାଣି। ପରିସ୍ଥିତି ଉପରେ ଆରବିଆଇ ନଜର ରଖିଥିବା ସେ କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories