www.samajalive.in
Sunday, December 14, 2025
23.1 C
Bhubaneswar

୩ରୁ ଦ୍ବିତୀୟ ସ୍ବତନ୍ତ୍ର ଓଜେଇଇ

ଭୁବନେଶ୍ବର: ସେପ୍ଟେମ୍ବର ୩ରୁ ୭ ପର୍ଯ୍ୟନ୍ତ ଦ୍ବିତୀୟ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ । ୪ଟି ସିଫ୍ଟରେ ପରୀକ୍ଷା ଚାଲିବ । ପ୍ରଥମ ସିଫ୍ଟ ପୂର୍ବାହ୍ନ ୯ଟାରୁ ୧୦ଟା, ଦ୍ବିତୀୟ ସିଫ୍ଟ ପୂର୍ବାହ୍ନ ସାଢେ ୧୧ଟାରୁ ସାଢେ ୧୨ଟା, ତୃତୀୟ ସିଫ୍ଟ ଅପରାହ୍ଣ ୨ଟାରୁ ୩ଟା ଏବଂ ଚତୁର୍ଥ ସିଫ୍ଟ ଅପରାହ୍ଣ ସାଢେ ୪ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ଚାଲିବ । ଦ୍ବିତୀୟ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା ନିମନ୍ତେ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ଏମବିଏ, ଲାଟେରାଲ ଟେକ ଡିପ୍ଲୋମା, ବି.ଟେକ, ବି.ଫାର୍ମା, ଏମ.ଟେକ, ଏମ.ଆର୍କ, ଏମ.ଫାର୍ମା ଏବଂ ଏମସିଏ ଆଦି ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆସନ୍ତା ୨୮ତାରିଖରୁ ପରୀକ୍ଷାର୍ଥୀ ଓଜେଇଇ ୱେବସାଇଟ (www.ojee.nic.in)କୁ ଲଗଇନ କରି ପ୍ରବେଶିକା ପତ୍ର ଡାଉନଲୋଡ
କରିପାରିବେ । ଏହି ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ(ସିବିଟି)ପଦ୍ଧତିରେ କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କରୋନା କଟକଣା ପାଳନ କରି ପରୀକ୍ଷା ପରିଚାଳନା କରାଯିବ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories