www.samajalive.in
Saturday, December 6, 2025
16.1 C
Bhubaneswar

ଗୁଣି ସନ୍ଦେହରେ ହତ୍ୟା ମାମଲା: ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ବିଷମକଟକ : ଗୁଣି ସନ୍ଦେହରେ ଜଣଙ୍କୁ ପୋଡ଼ି ମାରି ଦେବା ଘଟଣାରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ରାୟଗଡ଼ା ଜିଲା ବିଷମକଟକ ଏଡିଜେ ସିଦ୍ଧାର୍ଥ ସାହୁ ୨୦୧୫ ମସିହାରେ ଘଟିଥିବା ମାମଲାର ବିଚାରଣା କରି ଉକ୍ତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ସିଙ୍ଗାନା କଲାକା, ରବି କଲାକା, ଘନା କୁମୁରିକା, ଧନିଆ ତଇକା, ସୁକୁରୁ କଲକା ଏବଂ ନାଥୁରାମ କଲାକା। ବିଷମକଟକ ଥାନା ସାହାଡ଼ା ପଞ୍ଚାୟତ କଣାଗାଁ ଗ୍ରାମର ଆଦିବାସୀ ଯୁବକ ଜଗବନ୍ଧୁ କଲାକାଙ୍କୁ ଦଶବର୍ଷ ତଳେ ଗୁଣି ସନ୍ଦେହରେ ଉକ୍ତ ଗ୍ରାମର ଦଶ ଜଣ ବ୍ୟକ୍ତି ମିଶି ନିର୍ମମ ଭାବେ ଜୀଅନ୍ତା ପୋଡ଼ି ମାରି ଦେଇଥିଲେ। ଏନେଇ ବିଷମକଟକ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଦଶ ଅଭିଯୁକ୍ତଙ୍କ ମଧ୍ୟରୁ ୩ ନାବାଳକ ରହିଥିଲେ। ସେମାନଙ୍କୁ ପୂର୍ବରୁ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ଉକ୍ତ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି। ସରକାରୀ ଓକିଲ ପ୍ରଶାନ୍ତ କୁମାର ରଥ ମାମଲା ପରିଚାଳନା କରୁଥିଲେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories