www.samajalive.in
Saturday, December 6, 2025
14.1 C
Bhubaneswar

ଚେନ୍ନାଇରୁ ବିବାହିତ ମହିଳା ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଗୋପାଳପୁର:ଚେନ୍ନାଇରେ ସ୍ବାମୀ ସହ ରହୁଥିବା ମହିଳା ନିଖୋଜ ହୋଇଯାଇଥିବା ଖବର ପାଇବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ବାପା ଗୋଳନ୍ଥରା ଥାନାରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ତେବେ ନିଖୋଜ ମହିଳାଙ୍କୁ ଖୋଜିବା ପାଇଁ ଗୋଳନ୍ଥରା ଥାନା ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ପୁଲିସ ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ କେଲୁଆପଲ୍ଲୀର ଭୀମସେନ ନାୟକଙ୍କ ଝିଅ ବୈଦିକ ରୀତିରେ ନିଜ ଗାଁର ବିଘ୍ନେଶ ନାୟକଙ୍କ ସହ ୧୩ ବର୍ଷ ତଳେ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରଠାରୁ ଉଭୟ ଚେନ୍ନାଇରେ ରହି ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ଗତ ୧୫ ତାରିଖରେ ତାଙ୍କ ଝିଅ ନିଖୋଜ ହୋଇ ଯାଇଥିବା ନେଇ ବିଘ୍ନେଶ ନିଜ ଗାଁ କେଲୁଆପଲ୍ଲୀକୁ ଆସି ପରିବାର ଲୋକଙ୍କୁ ଜଣାଇଥିଲା। ଗତ ୧୮ ତାରିଖରେ ଗାଁର ଭଦ୍ରଲୋକଙ୍କୁ ତାଙ୍କ ସ୍ତ୍ରୀ ସେଠାକାର ଜଣେ ଡ୍ରାଇଭର ସହ ଫେରାର ହୋଇଯାଇଥିବା ପ୍ରକାଶ କରିଥିଲା। କିନ୍ତୁ ଏହି ଘଟଣାକୁ ଭୀମସେନ ନାୟକ ଓ ତାଙ୍କ ପରିବାର ଲୋକେ ଆଦୌ ଗ୍ରହଣ କରିନଥିଲେ। ଭୀମସେନ ନାୟକ ଓ ତାଙ୍କ ପରିବାର ଲୋକେ ଜ୍ଵାଇଁ ବିଘ୍ନେଶ ତାଙ୍କ ଝିଅକୁ ହତ୍ୟା କରି କାହା ଅନ୍ୟ ସହ ପଳାଇ ଯାଇଥିବା କହୁଛି ବୋଲି ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

- Advertisement -

ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ ଏକ ନିଖୋଜ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ପ୍ରକାଶ କରିଛନ୍ତି। ନିଖୋଜ ମହିଳାଙ୍କୁ ଖୋଜିବା ନିମନ୍ତେ ଗୋଳନ୍ଥରା ଥାନା ପୁଲିସ  ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରହିଛି ବୋଲି ଆଇଆଇସି ସ୍ବାଇଁ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories