www.samajalive.in
Saturday, December 6, 2025
23.1 C
Bhubaneswar

ପାନୀୟ ଜଳ ସଙ୍କଟ: ଖୁବ୍ ଶୀଘ୍ର ନଳକୂପ ମରାମତି ଦାବି

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଦିନକୁ ଦିନ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ପାଣି ପାଇଁ  ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଆଲଜିନିଗୁଡା ଗାଁ ଲୋକେ ଗାଁରେ ଥିବା ଏକମାତ୍ର ନଳକୂପ ଉପରେ ଭରସା କରନ୍ତି।  କିନ୍ତୁ ନଳକୂପରେ ପାଣି ଥିଲେ ମଧ୍ୟ ସୋଲାର ମଟର କାମ କରୁ ନ ଥିବାରୁ ପାଣି ଉଠାଇ ପାରୁନାହିଁ। ଦୀର୍ଘ ଛଅ ମାସ ପୂର୍ବରୁ ଗାଁ ଲୋକେ ଏ ନେଇ ଜଳ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ଜଣାଇଥିଲେ।  କିନ୍ତୁ କିଛି ସୁଫଳ ମିଳିନଥିଲା। ଦିନକୁ ଦିନ ତାତି ବଢ଼ୁଥିବାବେଳେ ନଳକୂପ ଅଚଳ ହୋଇ ପଡୁଥିବାରୁ ପାଣି ପାଇଁ ଗାଁ ଲୋକେ ଛଟପଟ ହେଉଛନ୍ତି।  ନଳକୂପରେ ପାଣି ଆସୁନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀମାନେ ଗାଁର ଶେଷ ମୁଣ୍ଡରେ ଥିବା ନାଳରୁ ଅପରିଷ୍କାର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ତେଣୁ ଖୁବ୍ ଶୀଘ୍ର ନଳକୂପ ମରାମତି ନେଇ ଦାବି କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories