www.samajalive.in
Sunday, December 7, 2025
16.1 C
Bhubaneswar

ଖୋଲିଲା ରାୟଗଡ଼଼ା ପ୍ଲାନେଟୋରିୟମ, ୨.୫ ଏକର ଜମିରେ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ

ରାୟଗଡ଼଼ା: ରାୟଗଡ଼଼ା ନିକଟସ୍ଥ ଭାକୁରଗୁଡାରେ ପ୍ରତିଷ୍ଠା ହୋଇଥିବା ନାବାବଳୀ ପ୍ଲାନେଟୋରିୟମ କାର୍ଯ୍ୟକ୍ଷମ ହୋଇଛି। ଅତିରିକ୍ତ ଜିଲାପାଳ ନବୀନ ଚନ୍ଦ୍ର ନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାୟଗଡ଼଼ା ଜିଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ଜିଲା ବିଜ୍ଞାନ ନିରୀକ୍ଷକ ଦୀପକ କୁମାର ବେହେରା, ରାୟଗଡ଼଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ଲାନେଟୋରିୟମ ଦ୍ୱାରା ମହାକାଶର ଗ୍ରହ ନକ୍ଷତ୍ରର ଗତି ସମ୍ବନ୍ଧୀୟ ସମସ୍ତ ବିଷୟରେ ରାୟଗଡ଼଼ା ଜିଲା ସମେତ ପଡୋଶୀ ଜିଲାର ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିପାରିବେ। ଆଦିବାସୀ ବହୁଳ ରାୟଗଡ଼଼ା ଜିଲାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଗବେଷଣା ପ୍ରତି ଅଧିକରୁ ଅଧିକ ଆକର୍ଷିତ କରିବା ଉର୍ଦ୍ଦେଶ୍ୟରେ ଏହି ପ୍ଲାନେଟୋରିୟମ ସ୍ଥାପନ କରାଯାଇଛି ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ନାୟକ କହିଛନ୍ତି।

- Advertisement -

ଏହି ପ୍ଲାନେଟୋରୀୟମ ପରିସରରେ ବିଜ୍ଞାନ ସମ୍ବନ୍ଧୀୟ ଉପକରଣ ସବୁ ରହିଛି। ଆଜି ପ୍ରଥମ ଦିନରେ ତିନୋଟି ସୋ କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ଟିକେଟର ଦାମ ୩୦ ଟଙ୍କା ରହିଥିବା ବେଳେ ୧୫ ବର୍ଷରୁ କମ୍‌‌ ପିଲାଙ୍କ ପାଇଁ ୨୦ ଟଙ୍କା ରଖାଯାଇଛିା ସ୍କୁଲ ତରଫରୁ ଆବେଦନ କଲେ ପିଲାଙ୍କୁ ୫୦ ପ୍ରତିଶତ ରିହାତି ଦିଆଯିବ ବୋଲି କହିଛନ୍ତି ଜିଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ।

ପ୍ରଥମ ଦିନରେ ସ୍ଥାନୀୟ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ସମେତ ବିଭିନ୍ନ ସ୍କୁଲର ୩୨୦ ଜଣ ଛାତ୍ରଛାତ୍ରୀ ପ୍ଲାନେଟୋରିୟମରେ ଗ୍ରହ, ନକ୍ଷତ୍ର, ମହାକାଶ ବିଜ୍ଞାନ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି। ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲନେଟୋରିୟନର ବିଶିଷ୍ଟ ବୈଜ୍ଞାନିକ ଜୟଦେବ କର ଏଠାରେ ଉପସ୍ଥିତ ରହି ୩ଟି ସୋକୁ ଶୃଙ୍ଖଳାର ସହ ପରିଚାଳନା କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ରାୟଗଡ଼଼ା ନିକଟସ୍ଥ ଭାକୁରଗୁଡାରେ ରାଜ୍ୟ ସରକାରଙ୍କ ବିଜ୍ଞାନ କାରିଗରୀ ଓ ବୈଷୟିକ ବିଭାଗ ପକ୍ଷରୁ ଏକ ପ୍ଲାନେଟୋରିୟମ ନିର୍ମମାଣ ହୋଇଛି। ୨.୫ ଏକର ଜମିରେ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ପ୍ଲାନେଟୋରିୟମରେ ଏକା ଥରକେ ୧୩୩ ଜଣ ବସିବାର ବ୍ୟବସ୍ଥା ରହିଛି। ଗତବର୍ଷ ଫେବୃଆରୀ ୨୭ ତାରିଖ ଅର୍ଥାତ୍‌‌ ଜାତୀୟ ବିଜ୍ଞାନ ଦିବସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହାକୁ ଉଦଘାଟନ କରିଥିଲେ।

ଏହା ରାଜ୍ୟର ୫ମ ପ୍ଲାନେଟୋରିୟମ। ଉଦଘାଟନ ପରଠୁ ଏଠାରେ ତାଲା ଝୁଲୁଥିଲା। ଏହା କାର୍ଯ୍ୟକାରୀ ହେବା ପରେ ରାୟଗଡ଼଼ା ଜିଲା ସମେତ ପଡୋଶୀ କୋରାପୁଟ, କଳାହାଣ୍ଡି, ଗଜପତି ଓ କନ୍ଧମାଳ ଜିଲାର ଛାତ୍ରଛାତ୍ରୀମାନେ ମହାକାଶ ବିଜ୍ଞାନ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିପାରିବେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories