www.samajalive.in
Tuesday, December 9, 2025
15.1 C
Bhubaneswar

ହୋଲିକୁ ନେଇ ଫରାହଙ୍କ ବିବାଦୀୟ ବୟାନ; ଥାନାରେ ଏତଲା

ମୁମ୍ବଇ: ବିବାଦରେ ବଲିଉଡ଼ର ଲୋକପ୍ରିୟ କୋରିଓଗ୍ରାଫର ଫରାହ ଖାନ। ଚଳିତ ଦିନରେ ସୋନୀ ଟିଭିରେ ପ୍ରସାରିତ ‘ସେଲିବ୍ରିଟି ମାଷ୍ଟର ସେଫ୍‌’ ହୋଷ୍ଟ କରୁଥିବା ଫରାହ ଖାନ୍‌ ଶୋ’ରେ ହୋଲି ପର୍ବକୁ ନେଇ ଏମିତି କିଛି ବୟାନ ଦେଇଛନ୍ତି, ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ମାମଲା ଏତେ ଗମ୍ଭୀର ହୋଇଛି ଯେ, ତାଙ୍କ ବିରୋଧରେ ପୂର୍ବତନ ‘ବିଗ୍‌ବସ୍‌’ ପ୍ରତିଯୋଗୀ ହିନ୍ଦୁସ୍ତାନୀ ଭାଉ ହିନ୍ଦୁମାନଙ୍କ ଭାବନାକୁ କୁଠାରଘାତ କରିଥିବା ଅଭିଯୋଗ କରି ଏତଲା ଦାୟର କରିଛନ୍ତି। ଏଥିସହ ଫରାହଙ୍କ ବିରୋଧରେ ସେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯଦି ପୁଲିସଠାରୁ ତାଙ୍କୁ ନ୍ୟାୟ ନ ମିଳେ ତେବେ ସେ ଅଦାଲତଙ୍କ ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି ବିକାଶ ପାଠକ ଓରଫ୍‌ ହିନ୍ଦୁସ୍ତାନୀ ଭାଉ।

ସୂଚନାଯୋଗ୍ୟ, ‘ସେଲିବ୍ରିଟି ମାଷ୍ଟର ସେଫ୍‌’ର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିଲା, ଯେଉଁଥିରେ ଫରାହ କହୁଛନ୍ତି, ‘‘ଏ କଥା ମନେରଖ ଯେ, ହୋଲି ହେଉଛି ସବୁ ଛପ୍‌ରୀ ପୁଅମାନଙ୍କର ପର୍ବ।’’ ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବାପରେ ଲୋକେ ତାଙ୍କୁ ଖୁବ୍‌ ସମାଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଆଉ ଏବେ ଫରାହ ଖାନଙ୍କ ଏହି ବୟାନକୁ ନେଇ ହିନ୍ଦୁସ୍ତାନୀ ଭାଉ ଅସନ୍ତୋଷ ବ୍ୟକ୍ତ କରିବାସହ ତାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories