www.samajalive.in
Sunday, December 7, 2025
26.1 C
Bhubaneswar

ଥାନାରୁ ଦୁଇ ଅଭିଯୁକ୍ତ ଫେରାର ଘଟଣା; ୪ ପୁଲିସ କର୍ମଚାରୀ ନିଲମ୍ବିତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସଦର ଥାନାରୁ ଦୁଇ ଜଣ ଅଭିଯୁକ୍ତ ଫେରାର ଘଟଣା ରାୟଗଡାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ରାୟଗଡ଼ା ପୁଲିସ ହେଲମେଟ ଚେକିଂରେ ବ୍ୟସ୍ତ, ଯାହାକି ଜନସାଧାରଣଙ୍କ ମନରେ ନାନା ପ୍ରକାର ପ୍ରଶ୍ନ ସୃଷ୍ଟି କରିଛି। ଅପରପକ୍ଷେ, ଏହି ଘଟଣାରେ ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, କିଛି ଦିନ ତଳେ ରାୟଗଡ଼ା ଥାନା ପରିସରରୁ ଚୋରି ହୋଇଥିବା ଘଟଣା ଲୋକଙ୍କ ମନରୁ ଲିଭିନାହିଁ। ଆଉ ଏବେ ୨ ଜଣ ଅଭିଯୁକ୍ତ ଥାନାରୁ ଫେରାର୍‌ ହୋଇଛନ୍ତି। ଏହି ଅଭିଯୁକ୍ତଙ୍କୁ ବାଇକ ଚୋରି ଘଟଣାରେ ସୁଦୂର ଆନ୍ଧ୍ରପ୍ରଦେଶର ଟେକିଲିରୁ ଟ୍ରାକିଂ ଦ୍ଵାରା ଗିରଫ କରି ରାୟଗଡ଼ା ଟାଉନ ଥାନାକୁ ଆଣିଥିବା ବେଳେ କାର୍ଯ୍ୟରତ ଥାନା କର୍ମଚାରୀଙ୍କୁ ଚକମା ଦେଇ ଗତ ସୋମବାର ଦିନ ପାହାନ୍ତିଆ ୩ଟାରୁ ୪ଟା ସମୟରେ ଫେରାର ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୨ ଜଣ ଚୋର ଫେରାର ହେବାରେ ପୁଲିସ ବିଭାଗର କୌଣସି କର୍ମଚାରୀଙ୍କ ହାତ ନାହିଁ ତ, ଲୋକଙ୍କ ଭିତରେ ଏଭଳି ଚର୍ଚ୍ଚା ଚାଲିଛି । ଏହି ଘଟଣାରେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ମାମଲା ଦାୟିତ୍ଵରେ ଥିବା ୪ ଜଣ ପୁଲିସ କର୍ମଚାରୀ ସବ୍‌ଇନ୍ସପେକ୍ଟର ବିକାଶ ପଟେଲ, କନଷ୍ଟେବଳ ପ୍ରସାଦ ହୁଇକା, ଓଏପିଏଫ୍ ଦାଶରଥି କାଡ୍ରାକା, ଗୃହରକ୍ଷୀ ଏମ ଗୌରୀ ଶଙ୍କରଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି। ଏଭଳି ସ୍ଥଳେ ଫେରାର ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡିଛି ରାୟଗଡ଼ା ପୁଲିସ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories