www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ମଶାନ ରାସ୍ତା ଅବରୋଧ ନେଇ ଉତ୍ତେଜନା, ୩୨୬ନଂ ଜାତୀୟ ରାଜପଥ ଅବରୋଧ

ରାୟଗଡ଼ା: ରାୟଗଡ଼ା ବ୍ଲକ୍ କୋତପେଟା ପଞ୍ଚାୟତର ଖଲିଗୁଡ଼ା ଗ୍ରାମରେ ଶ୍ମଶାନ ରାସ୍ତା ଅବରୋଧକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ୩୨୬ ନଂ ଜାତୀୟ ରାଜପଥ ଉପରେ ମୃତଦେହକୁ ରଖି ରାସ୍ତା ଅବରୋଧ କରିଛନ୍ତି। ପ୍ରଶାସନ ସମସ୍ୟାର ସ୍ଥାୟୀ ସମାଧାନ ନ କରିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଅପରାହ୍ନ ୪ଟାରୁ ରାସ୍ତାରୋକ ଚାଲିଥିବାରୁ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି।

- Advertisement -

ସୂଚନାଯୋଗ୍ୟ, ଖଲିଗୁଡ଼ା ଗ୍ରାମର ଏନ୍. ବାବି (୧୭)ଙ୍କ ଆଜି ମଧ୍ୟାହ୍ନରେ ମୃତ୍ୟୁ ହୋଇଥିଲା। ଗତ କିଛି ଦିନ ହେଲା ବାବି ରୋଗରେ ପୀଡ଼ିତ ଥିଲେ। ବାବିଙ୍କ ମୃତ୍ୟୁ ପରେ ପରିବାର ଲୋକ ଓ ଗ୍ରାମବାସୀ ମୃତଦେହକୁ ଶେଷକୃତ୍ୟ ପାଇଁ ଶ୍ମଶାନକୁ ନେଉଥିଲେ। କିନ୍ତୁ ଶ୍ମଶାନ ରାସ୍ତାକୁ ଜଣେ ଚାଷୀ ବାଡ଼ ବୁଜି ଅବରୋଧ କରିଥିବାରୁ ଲୋକେ ଲୋକେ ଶ୍ମଶାନକୁ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶ୍ମଶାନକୁ ଯିବା ପାଇଁ ଅନ୍ୟ କୌଣସି ରାସ୍ତା ନ ଥିବାରୁ ଗ୍ରାମବାସୀ ଓ ସଂପର୍କୀୟ ୩୨୬ ନଂ ଜାତୀୟ ରାଜପଥ ଉପରେ ମୃତଦେହକୁ ରଖି ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ବର୍ଷ ହେଲା ଉକ୍ତ ରାସ୍ତାକୁ ଗ୍ରାମବାସୀ ଶ୍ମଶାନକୁ ଯିବା ପାଇଁ ବ୍ୟବହାର କରୁଥିବା ବେଳେ ଗତ କିଛି ମାସ ହେଲା କପା ଚାଷ ପାଇଁ ଚାଷୀ ଜଣଙ୍କ ବାଡ଼ ବୁଜି ଦେଇଛନ୍ତି। ଚାଷୀଙ୍କ ନାମରେ ପଟ୍ଟା ଜମିଥିବାରୁ ଚାଷୀ ଜଣଙ୍କ ଏହି ପଦକ୍ଷେପ ନେଇଥିବା କହିଛନ୍ତି। କିନ୍ତୁ ଶ୍ମଶାନକୁ ଯିବା ପାଇଁ ଅନ୍ୟ କୌଣସି ରାସ୍ତା ନ ଥିବାରୁ ଗ୍ରାମବାସୀ ପୂର୍ବରୁ ପଞ୍ଚାୟତ ଓ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ଏ ସଂପର୍କରେ ଲିଖିତ ଅବଗତ କରିଥିଲେ। ହେଲେ ଆଜି ସୁଦ୍ଧା କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଫଳରେ ଆଜି ବାବିଙ୍କ ଶେଷକୃତ୍ୟ କରିବାରେ ଗ୍ରାମବାସୀ ଶ୍ମଶାନକୁ ଯିବାରେ ବିଫଳ ହେବା ପରେ ରାସ୍ତାରୋକ କରିଛନ୍ତି। ଖବର ପାଇ ରାୟଗଡ଼ା ଅତିରିକ୍ତି ତହସିଲଦାର ସୁନୀଲ କୁମାର ଖରା, ରାୟଗଡା ଏସଡ଼ିପିଓ ଦିବ୍ୟଜୋତି ଦାଶ, ଚାନ୍ଦିଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ରାସ୍ତାରୁ ହଟିଯିବା ପାଇଁ ବୁଝାସୁଝା କରିଥିଲେ। ହେଲେ ସ୍ଥାୟୀ ସମାଧାନ ଲାଗି ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନ ମିଳିଲେ ରାସ୍ତାରୋକ ହଟିବ ନାହିଁ ବୋଲି ଗ୍ରାମବାସୀ ନିଜ ଜିଦରେ ଅଡ଼ି ବସିଛନ୍ତି। ରାସ୍ତା ଅବରୋଧ ଯୋଗୁ ରାୟଗଡ଼ା-ଜେକେପୁର ମଧ୍ୟରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଦୂରଗାମୀ ଯାନବାହନ ସମେତ ମାଲବାହୀ ଗାଡ଼ି ଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories