www.samajalive.in
Tuesday, December 9, 2025
26.1 C
Bhubaneswar

‘ରୋମିଓ ଆକବର ୱାଲ୍ଟର(ର)’ ବକ୍ସ ଅଫିସ ରିପୋର୍ଟ : ଜାଣନ୍ତୁ ୯ଦିନର ଆୟ!

ନୂଆଦିଲ୍ଲୀ : ଜନ୍‍ ଆବ୍ରାହମ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ରୋମିଓ ଆକବର ୱାଲ୍ଟର(ର)’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ ଜାରି ରଖିଛି। ୫ ଏପ୍ରିଲରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଶନିବାର ୯ଦିନ ସୁଦ୍ଧା ୩୫-୩୬ କୋଟି ଟଙ୍କା ଆୟ କରିଛି। ଚଳଚ୍ଚିତ୍ରର ବ୍ୟବସାୟ ବିଷୟରେ ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ‘ର’ ମୁକ୍ତିଲାଭର ପ୍ରଥମ ଦିନ ଅର୍ଥାତ୍‍ ଶୁକ୍ରବାର ୫କୋଟି ୨୫ଲକ୍ଷ, ଶନିବାର ୭ କୋଟି ୨୫ଲକ୍ଷ, ରବିବାର ୮.୫୦କୋଟି, ସୋମବାର ୨.୫୦ କୋଟି, ମଙ୍ଗଳବାର ୨.୨୫କୋଟି, ବୁଧବାର ୧.୫୦ କୋଟି ଟଙ୍କା ଆୟ କରିଛି। ସେହିପରି ଗୁରୁବାର ୧.୭୫କୋଟି ଓ ଶୁକ୍ରବାର ୧.୨୫ କୋଟି ଟଙ୍କା ଆୟ କରିଥିଲା। ଶନିବାର ଚଳଚ୍ଚିତ୍ର ପ୍ରାୟ ୧-୧.୫୦ କୋଟି ଟଙ୍କାର ବ୍ୟବସାୟ କରିଥିଲା। ତେବେ ଏହି ସପ୍ତାହରେ ଚଳଚ୍ଚିତ୍ର ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ, ଚଳଚ୍ଚିତ୍ରର ବଜେଟ୍‍ ୩୪-୩୫ କୋଟି ଟଙ୍କା ରହିଛି। ରବି ଗ୍ରେୱାଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ରରେ ଜନ୍‍ଙ୍କ ବ୍ୟତୀତ ମୌନୀ ରୟ, ସିକନ୍ଦର ଖେର ଓ ଜ୍ୟାକି ଶ୍ରଫ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories