www.samajalive.in
Sunday, December 14, 2025
26.1 C
Bhubaneswar

ସାହସିକ ହୋଇ ଖେଳିବାକୁ ଶାସ୍ତ୍ରୀଙ୍କ ପରାମର୍ଶ

ନଟିଂହାମ୍‍ : ଭାରତୀୟ କ୍ରିକେଟ ଦଳର ପ୍ରଶିକ୍ଷକ ଭାବେ ଏବେ ଅତ୍ୟନ୍ତ ଚାପରେ ଅଛନ୍ତି ରବି ଶାସ୍ତ୍ରୀ। ଶନିବାର ଏଠାରେ ଆରମ୍ଭ ହେଉଥିବା ୩ୟ ଟେଷ୍ଟମ୍ୟାଚ୍‍ରେ ଶୃଙ୍ଖଳିତ ଓ ସାହସିକ ହୋଇ ବ୍ୟାଟିଂ କରିବାକୁ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ଶାସ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶାସ୍ତ୍ରୀ କହିଛନ୍ତି ଯେ ଏହା ସତ ଯେ ବ୍ୟାଟିଂ ପାଇଁ ବାତାବରଣ ବେଶ୍‍ କଷ୍ଟସାଧ୍ୟ। ଏହାସତ୍ତ୍ବେ ଦଳ ପାଇଁ ଏହା ଆବଶ୍ୟକ ଯେ ବ୍ୟାଟ୍‍ସମ୍ୟାନ୍‍ ସାହସୀ ଓ ନିର୍ଭୟ ହୋଇ ଖେଳନ୍ତୁ। ଭାରତ ସିରିଜ୍‍ର ପ୍ରଥମ ୨ଟିଯାକ ମ୍ୟାଚ୍‍ ହାରି ଏବେ ୨-୦ରେ ପଛୁଆ ରହିଛି। ନଟିଂହାମ୍‍ ଟେଷ୍ଟରେ ପରାସ୍ତହେଲେ ସିରିଜ୍‍ ଭାରତ ହାତରୁ ଚାଲିଯିବ ଏବଂ ବିଦେଶରେ ଭାରତ କ୍ରମାଗତ ୨ୟ ଟେଷ୍ଟ ସିରିଜ୍‍ ପରାଜୟ ଭୋଗିବ।
ଶାସ୍ତ୍ରୀ କହିଛନ୍ତି, ଏହି ସିରିଜ୍‍ରେ ବାତାବରଣ କଷ୍ଟସାଧ୍ୟ ରହିଆସିଛି। ତେଣୁ ଶୃଙ୍ଖଳା ଓ ସାହସ ଆବଶ୍ୟକ। ବ୍ୟାଟ୍‍ସମ୍ୟାନ୍‍ ଜାଣିବା ଉଚିତ ଯେ ସେମାନଙ୍କ ଅଫ୍‍ଷ୍ଟମ୍ପ୍‍ କେଉଁଠି ଅଛି। ଅଜିଙ୍କ୍ୟ ରାହାଣେ ଉଭୟ ଟେଷ୍ଟରେ ବିଫଳହେବା ନେଇ ପ୍ରଶ୍ନହେବାରୁ ଶାସ୍ତ୍ରୀ କହିଛନ୍ତି, ଜଣେ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ଦୋଷଦେବା ଠିକ୍‍ ହେବନାହିଁ। ଉଭୟ ଦଳର ବ୍ୟାଟ୍‍ସମ୍ୟାନ୍‍ ଅସୁବିଧା ଅନୁଭବ କରିଛନ୍ତି। ପରିସ୍ଥିତି ଅନୁସାରେ ମାନସିକ ଦୃଢ଼ତା ଓ ଶୃଙ୍ଖଳା ଦେଖାଇବା ଆବଶ୍ୟକ। ରାହାଣେ ଆମ ବ୍ୟାଟିଂର ଏକ ମଜ୍‍ଭୁତ ସ୍ତମ୍ଭ ଥିଲେ ଓ ରହିବେ। ବିରାଟ କୋହଲି ଫିଟ୍‍ ଅନୁଭବ କରୁଛନ୍ତି ଏବଂ ନେଟ୍‍ସରେ ବିନା ଯନ୍ତ୍ରଣାରେ ବ୍ୟାଟିଂ କରିଥିଲେ ବୋଲି ଶାସ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହ ଶାସ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଲର୍ଡସରେ ୨ ଜଣ ସ୍ପିନରଙ୍କୁ ଖେଳାଇବା ଭୁଲ୍‍ ଥିଲା। ଜଣେ ଅତିରିକ୍ତ ପେସ୍‍ ବୋଲର ଖେଳିଥିଲେ ଏହା ଦଳ ପାଇଁ ସହାୟକ ହୋଇଥାଆନ୍ତା ବୋଲି ଶାସ୍ତ୍ରୀ ସ୍ୱୀକାର କରିଛନ୍ତି। ଶାସ୍ତ୍ରୀ ଆହୁରି କହିଛନ୍ତି ଯେ ୨-୦ରେ ପଛୁଆ ରହିବା ସ୍ଥିତିରେ ଭାରତ ପୂର୍ବରୁ ରହିଥିଲା ଏବଂ ଏଥିରୁ ମୁକୁଳିବାର ରାସ୍ତା ମଧ୍ୟ ଜାଣିଛି। ଖେଳାଳିଙ୍କୁ ନିଜ ଉପରେ ବିଶ୍ୱାସ ରଖିବାକୁ ପଡ଼ିବ। ୨ଟି ଟେଷ୍ଟରେ ପରାଜୟ ସତ୍ତ୍ବେ ଦଳରେ ନାସ୍ତିସୂଚକ ଭାବନା ନାହିଁ। ଗତ ଟେଷ୍ଟମ୍ୟାଚ୍‌ରେ ବାତାବରଣ ଇଂଲଣ୍ଡକୁ ସୁହାଇଥିଲା। ତେବେ ଏପରି କହି ଆମେ ନିଜ ଦୋଷ ଲୁଚାଉନାହୁଁ। ୩ୟ ଟେଷ୍ଟ ଖେଳିବା ପାଇଁ ବେନ୍‍ ଷ୍ଟୋକ୍‍ସ ସବୁଜ ସଙ୍କେତ ପାଇବା ବିଷୟରେ ଶାସ୍ତ୍ରୀ କହିଛନ୍ତି, ଷ୍ଟୋକ୍‍ସ ଜଣେ ଚମତ୍କାର କ୍ରିକେଟର। ତାଙ୍କୁ ଖେଳିବାର ଅନୁମତି ମିଳିଥିବାରୁ ମୁଁ ଅଧିନାୟକ ହୋଇଥିଲେ ତାଙ୍କୁ ଖେଳାଇଥାଆନ୍ତି। ତେବେ ପ୍ରତିପକ୍ଷ ଦଳରେ କିଏ ଖେଳିବେ; କିଏ ଖେଳିବେ ନାହିଁ; ସେ କଥା ଆମେ ଭାବୁନାହୁଁ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories